31.1 C
Bhubaneswar
Tuesday, July 2, 2024
Homeଅପରାଧପ୍ରେମରେ ଧୋକା ପାଇବା ପରେ କିନ୍ନର ମହିଳାଙ୍କୁ ଗଳା ଚିପି ହତ୍ୟା

ପ୍ରେମରେ ଧୋକା ପାଇବା ପରେ କିନ୍ନର ମହିଳାଙ୍କୁ ଗଳା ଚିପି ହତ୍ୟା

ରାଜସ୍ଥାନ: ରାଜସ୍ଥାନର ଜୟପୁରରେ ପ୍ରେମିକ, ପ୍ରେମରେ ଧୋକା ପାଇବା ପରେ ଜଣେ କିନ୍ନର ମହିଳାଙ୍କୁ ଗଳା ଚିପି ହତ୍ୟା କରିଛି । ନିଜ ଦୁଇଜଣ ସାଥିଙ୍କ ସହ ମିଶି ଗଳା ଚିପି ହତ୍ୟା କରିଲା ଓ ପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା । ଏହି ଘଟଣା ଜୟପୁରର କାନୋତା ଥାନା ଅଞ୍ଚଳର ପାପଡ ଗ୍ରାମରେ ଘଟିଛି । ୨୯ ସେପ୍ଚେମ୍ବରରେ ଉକ୍ତ ଅଞ୍ଚଳର ରାସ୍ତା କଡରେ ଥିବା ଏକ ଜଙ୍ଗଲରେ ଅଧା ଜଳିଯାଇଥିବା ମୃତଦେହ ମିଳିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହା ସହିତ FSL ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲା ।

ଅଭିଯୁକ୍ତ ନରେଶ ମିଣା ଓରଫ ନରଶି, ତାଙ୍କ ଭାଇ ସୂରଜ ମିଣା ଓ ସୁନୀଲ ଭାଟଙ୍କୁ ପୋଲିସ ଗିରଫ କରିଛି । ପଚରା ଉଚରା ସମୟରେ ଅଭିଯୁକ୍ତ ଅପରାଧ ସ୍ୱୀକାର କରିଛନ୍ତି । ପୋଲିସ ତଦନ୍ତରୁ ମୃତକର ପରିଚୟ ନିଲୁ କିନ୍ନର ବୋଲି ଜଣାପଡିଛି । ପଚରା ଉଚରାରୁ ଜଣାପଡିଛି କି, ନରେଶ ଓ ନିଲୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଉଭୟ ଏକାଠି ଥିଲେ । କିନ୍ତୁ କିଛି ସମୟ ପୂର୍ବରୁ ଉକ୍ତ କିନ୍ନର ମହିଳା ଜଣଙ୍କ ନରେସଙ୍କୁ ଛାଡି ଅନ୍ୟ ଜଣେ ଯୁବକଙ୍କ ସହିତ ରହୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

୨୮ ସେପ୍ଚେମ୍ବରରେ କିନ୍ନର ମହିଳା ଜଣଙ୍କ ଫାଗୀ ଗ୍ରାମରୁ ଜୟପୁର ଫେରୁଥିବା ବେଳେ ତାଙ୍କ ସହ ପ୍ରେମିକ ନରେଶ, ତାଙ୍କ ଭାଇ ଓ ସାଙ୍ଗ ମଧ୍ୟ ଥିଲେ । ଏହି ସମୟରେ ଉଭୟଙ୍କ ଭିତରେ ଝଗଡା ହୋଇଥିଲା । ଏହି ଝଗଡା ଏତେ ଆଗକୁ ବଢିଯାଇଥିଲା ଯେ ନରେଶ ନିଜ ପ୍ରେମିକାଙ୍କ ମୁହଁକୁ ମାରି ରକ୍ତାତ କରିଦେଇଥିଲା । ତା’ପରେ ନରେଶ ଓ ସୁନୀଲ ମିଶି ଢୋଲ ଦଉଡିରେ କିନ୍ନର ମହିଳାଙ୍କ ଗଳା ଚିପି ହତ୍ୟା କରିଥିଲେ । ଅଭିଯୁକ୍ତ ମାନେ ଏଠାରେ ଅଟକି ନଥିଲେ, ମୃତଦେହକୁ ଲୁଚାଇବା ପାଇଁ ପ୍ଲାଷ୍ଚିକ ଡବାରେ ୫ ଲିଟର ପେଟ୍ରୋଲ କିଣିଥିଲେ ଏବଂ ରାସ୍ତାକଡ ଜଙ୍ଗଲରେ ମୃତଦେହରେ ନିଆଁ ଲଗାଇଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking