ପୁରୀ: ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳରେ ଗତ ୨୦୧୭ ମସିହାରେ ଘଟିଥିବା ଏକ ୪ ବର୍ଷର ନାବାଳିକା କୁ ଦୁଷ୍କର୍ମ ଘଟଣାରେ ଆଜି ରାୟ ପ୍ରକାଶ ପାଇଥିବା ବେଳେ ଦୋଷୀ କୁ ଦଣ୍ଡିତ କରାଯାଇଛି । ପ୍ରଥମ ଜିଲ୍ଲା ଦୌରା ଜଜ ଅମୀୟ ରଞ୍ଜନ ଜେନା ଅଭିଯୁକ୍ତ ଲୋକନାଥ ମହାପାତ୍ର କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦଣ୍ଡିତ କରିଛନ୍ତି ।
ପୋସ୍କୋ ମାମଲାର ବିଚାର କରି ଜଜ ୯ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନରେ ଦଣ୍ଡିତ କରିଛନ୍ତି । ଏଥି ସହ ଜୋରିମାନା ଟଙ୍କା ଠିକ ସମୟରେ ନଦେଲେ ଆହୁରି ଅଧିକ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବା କୁ ନିର୍ଦେଶ ହୋଇଛି । ପିପିଲି ଥାନା ର ମାମଲା କ୍ରମେ ଅଭିଯୁକ୍ତ ବିରୋଧରେ ମାମଲା ର ଶୁଣାଣି କରି ଆଜି କୋର୍ଟ ଏହି ରାୟ ପ୍ରକାଶ କରିଥିବା ସରକାରୀ ଓକିଲ ସତ୍ୟ ନାରାୟଣ ତ୍ରିପାଠୀ ସୂଚନା ପ୍ରକାଶ କରିଥିଲେ ।