18.1 C
Bhubaneswar
Saturday, November 23, 2024
Homeଓଡିଶା୪୮ ଘଣ୍ଟା ପରେ ମିଳିଲା ନିଖୋଜ ଯୁବତୀଙ୍କ ପତ୍ତା

୪୮ ଘଣ୍ଟା ପରେ ମିଳିଲା ନିଖୋଜ ଯୁବତୀଙ୍କ ପତ୍ତା

ସମ୍ବଲପୁର: ସମ୍ବଲପୁର ବୁର୍ଲା ସାଇଫୋନରୁ ନିଖୋଜ ଯୁବତୀଙ୍କ  ମୃତଦେହ ଉଦ୍ଧାର ହୋଇଛି। ସମ୍ବଲପୁର ଅଗ୍ନିଶମ ବିଭାଗ, ବୁର୍ଲା ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ର ମିଳିତ ସହଯୋଗ ରେ ଦିର୍ଘ ୪୮ ଘଣ୍ଟା ପରେ ଉଦ୍ଧାର ହୋଇଛି ନିଖୋଜ ଯୁବତୀଙ୍କ ମୃତହେହ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ନିଶା ଝା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏଭଳି କାଣ୍ତ ଘଟିଛି ସେନେଇ ଛାନଭିନ ଚଳାଇଛି । ଏହା ଏକ ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟାକାଣ୍ତ ସେନେଇ ପୋଲିସ୍ ଛାନଭିନ କରୁଛି । ସେପଟେ, ଯୁବତୀଙ୍କ ସହ ବୁଲିବାକୁ ଯାଇଥିବା ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ସୂଚନା ଅନୁସାରେ, ମଙ୍ଗଳବାର ଦିନ ସଂନ୍ଧ୍ୟା ସମୟରେ ଯୁବତୀ ନିଶା ଝା ତାଙ୍କର ଜଣେ ବନ୍ଧୁଙ୍କ ସହ ବୁର୍ଲା ସାଇଫୋନକୁ ବୁଲିବାକୁ ଆସିଥିଲେ। ବୁର୍ଲା ସାଇଫୋନ ଅଞ୍ଚଳକୁ ଯିବା ନିଷେଧ ଥିବା ବେଳେ ଏ-ଦୁହେଁ କିନ୍ତୁ ସିକ୍ୟୁରିଟି ଗାର୍ଡଙ୍କ ବାରଣ ସର୍ତ୍ତ୍ବେ ବି ଭିତରକୁ ଯାଇଥିଲେ। ଏବଂ ସିକ୍ୟୁରିଟି ଗାର୍ଡକୁ କହିଥିଲେ। ଆମେ କେବଳ ଫଟୋ ଉଠାଇବାକୁ ଯାଉଛୁ ।

ଦୁହେଁ,  ବୁର୍ଲା ସାଇଫୋନରେ ଦିର୍ଘ ସମୟ ଧରି ବୁଲିବା ସହ ଫଟୋ ଉଠାଇଥିଲେ। ଏବଂ କିଛି ସମୟ ପରେ ସାଇଫୋନରେ ସାଇରନ୍ ବାଜିବା ପରେ ମଧ୍ୟ ସେମାନେ ପଦାକୁ ଆସି ନଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ହଠାତ୍ ପାଣି ଚାଲି ଆସିଥିଲା ସେହି ସମୟରେ ଯୁବତୀଙ୍କ ଗୋଡ ଖସି ଯାଇଥିଲା । ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଯୁବକ ଜଣକ ପାଣିକୁ ଡେଇ ପଡିଥିଲେ । କିନ୍ତୁ ନିଶାଙ୍କୁ ଉଦ୍ଧାର କରି ପାରି ନଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking