ବ୍ୟୁରୋ : ଦୀର୍ଘ ୪୭ ବର୍ଷ ପରେ ରୁଷ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଆଜି ରୁଷ ଲୁନା -୨୫କୁ ଚନ୍ଦ୍ରକୁ ପଠାଇଛି । ଭାରତ ପଠାଇଥିବା ଚନ୍ଦ୍ରାଯାନ -୩ ସଫଳ ହେବାପରେ ରୁଷ ଚନ୍ଦ୍ରକୁ ନିଜର ମହାକାଶଯାନ ବାହାରକରିଛି । ସୂଚନା ଅନୁସାରେ, ଲୁନା -୨୫ ର ଉତକ୍ଷେପଣ ପାଇଁ ସୋୟୁଜ୍ -୨ ରକେଟର ବ୍ୟବହାର କରାଯାଇଥିବା ରୁଷ ସ୍ପେସ୍ ଏଜେନ୍ସି କହିଛନ୍ତି । ସୋୟୁଜ୍ -୨ ରକେଟ ସାହାଯ୍ୟରେ ଲୁନା -୨୫ ଚନ୍ଦ୍ରରେ ଅଗଷ୍ଟ ୨୩ରେ ଚନ୍ଦ୍ରରେ ପହଂଚିବ ବୋଲି ଆଶା କରାଯାଉଛି । ଚନ୍ଦ୍ରାଯାନ -୩ ଚନ୍ଦ୍ରରେ ଅଗଷ୍ଟ ୨୩ରେ ପହଂଚିବ ବୋଲି ଅନୁମାନ କରାଯାଇଛି । ରୁଷର ସ୍ପେସ୍ ଏଜେନ୍ସି ରସକୋସମସ ଅନୁଯାୟୀ, ଉଭୟ ମିଶନ ଲୁନା -୨୫ ଏବଂ ଚନ୍ଦ୍ରଯାନ -୩ ଗୋଟିଏ ଦିନରେ ଚନ୍ଦ୍ରରେ ପହଁଚିବା ଅନୁମାନ କରାଗଲେ ବି ଦୁଇଟି ମିଶନ ଗୋଟିଏ ପଥରେ ଆସିବେ ନାହିଁ । ରୁଷର ଲୁନା -୨୫ ମହାକାଶଯାନ ଚନ୍ଦ୍ରରେ ପହଞ୍ଚିବାକୁ ପାଞ୍ଚ ଦିନ ଲାଗିବ ଏବଂ ପୋଲ ନିକଟରେ ଥିବା ତିନୋଟି ସମ୍ଭାବ୍ୟ ଅବତରଣ ସ୍ଥାନ ମଧ୍ୟରୁ ଗୋଟିଏରେ ଅବତରଣ କରିବା ପୂର୍ବରୁ ପାଞ୍ଚରୁ ସାତ ଦିନ ଚନ୍ଦ୍ରକୁ ପରିକ୍ରମା କରିବ।