21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶ୨୭ ବର୍ଷ ପରେ ଇଣ୍ଟରନେଟ୍ ଏକ୍ସପ୍ଲୋରର୍ ବିଦାୟ

୨୭ ବର୍ଷ ପରେ ଇଣ୍ଟରନେଟ୍ ଏକ୍ସପ୍ଲୋରର୍ ବିଦାୟ

ନୂଆଦିଲ୍ଲୀ: ୨୭ ବର୍ଷ ପରେ, ମାଇକ୍ରୋସଫ୍ଟ ଶେଷରେ ଏହାର ପୁରାତନ ବ୍ରାଉଜର୍ – ଇଣ୍ଟରନେଟ୍ ଏକ୍ସପ୍ଲୋରରକୁ ବନ୍ଦ କରୁଛି । ଇଣ୍ଟରନେଟ୍ ଏକ୍ସପ୍ଲୋରର୍ ଇଣ୍ଟରନେଟ୍ ଜଗତରେ ଏକଦା ପ୍ରାଧାନ୍ୟ ବିସ୍ତାର କରିଥିଲା । ଇଣ୍ଟରନେଟ୍ ଏକ୍ସପ୍ଲୋରର୍ ବନ୍ଦ ବିଷୟରେ ଗତ ମାର୍ଚ୍ଚରୁ କମ୍ପାନୀ ଚେତାବନୀ ଜାରି କରିଆସୁଥିଲା । ମାଇକ୍ରୋସଫ୍ଟ ବର୍ତ୍ତମାନ ଏହାର ଉପଭୋକ୍ତାମାନଙ୍କୁ ଏହାର ‘ଏଜ୍ ବ୍ରାଉଜର’କୁ ଆପଣାଇବାକୁ କରିବାକୁ କହୁଛି – ଯାହା ଏକ ଦ୍ରୁତ ଏବଂ ଅଧିକ ସୁରକ୍ଷିତ ବ୍ରାଉଜିଂ ଅଭିଜ୍ଞତା ପ୍ରଦାନ କରୁଛି ।
ପ୍ରଥମେ ୱିଣ୍ଡୋଜ୍ ୯୫ ପାଇଁ ଏକ ଆଡ୍‌-ଅନ୍ ପ୍ୟାକେଜ୍ ଭାବରେ ୧୯୯୫ ରେ ଆରମ୍ଭ ହୋଇଥିଲା । ୱିଣ୍ଡୋଜ୍‌ର ଅପଗ୍ରେଡ୍ ହେତୁ ଇଣ୍ଟରନେଟ୍ ଏକ୍ସପ୍ଲୋରର ବ୍ୟବହାରକାରୀଙ୍କ ସଂଖ୍ୟା ହ୍ରାସ ପାଇ ବ୍ରାଉଜର୍ ବନ୍ଦ ହୋଇଯାଉଛି । ୨୦୦୩ ରେ ବ୍ରାଉଜର୍ ପ୍ରାୟ ୯୫ ପ୍ରତିଶତ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଥିବାବେଳେ ନୂତନ ଏବଂ ଦ୍ରୁତ ପ୍ରତିଯୋଗୀମାନେ ବୈଷୟିକ ବଜାରରେ ପ୍ରବେଶ କରୁଥିବାରୁ ସ୍ଥିତି ଧୀରେ ଧୀରେ ଏହାର ଲୋକପ୍ରିୟତା ହ୍ରାସ ପାଇଲା ।
ବର୍ତ୍ତମାନ ମାଇକ୍ରୋସଫ୍ଟ ଏହାର ମାଇକ୍ରୋସଫ୍ଟ ଏଜ୍ ବ୍ରାଉଜର୍ ପଚଳନ କରିବାରେ ସଫଳ ହୋଇଛି, ହେଲେହେଁ ଏହାର ବର୍ତ୍ତମାନ ବଡ଼ ବଜାର ଅଂଶ ନାହିଁ । ଇଣ୍ଟରନେଟ୍ ଆନାଲିଟିକ୍ସ କମ୍ପାନୀ ଷ୍ଟାଟକାଉଣ୍ଟର୍ ଅନୁଯାୟୀ, କ୍ରୋମ ବ୍ରାଉଜର୍ ବିଶ୍ୱର ବ୍ରାଉଜର୍ ବଜାରର ପ୍ରାୟ ୬୫ ପ୍ରତିଶତ ଅଂଶ ଉପରେ ପ୍ରାଧାନ୍ୟ ଦେଇଥାଏ, ଏବଂ ଆପଲ୍ ସଫାରିରେ ୧୯ ପ୍ରତିଶତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking