18.1 C
Bhubaneswar
Monday, November 25, 2024
Homeଓଡିଶା୨ଦିନ ପରେ ରାଜ୍ୟକୁ ପୁଣି ଫେରିବ ଶୀତ

୨ଦିନ ପରେ ରାଜ୍ୟକୁ ପୁଣି ଫେରିବ ଶୀତ

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୩ରୁ ୫ ଡ଼ିଗ୍ରୀ ତଳକୁ ଖସିବ । ତେଣୁ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସାମୁଦ୍ରିକ ବାୟୁର ପ୍ରଭାବରେ ଆଜି ରାତି ଓ କାଲି ସକାଳେ ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଅର୍ଥାତ ୪ ତାରିଖ ସକାଳେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ବୌଦ୍ଧ, ବଲାଙ୍ଗିର, ସୋନପୁର, ଅନୁଗୋଳ, ଢେଙ୍କାନାଳ, କଟକ, ସମ୍ୱଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ କୁହୁଡି ହୋଇପାରେ । ତେବେ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ୱଲପୁର, ଝାରସୁଗୁଡ଼ା, ଅନୁଗୋଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସକାଳେ ବଲାଙ୍ଗିର, ଅନୁଗୋଳ, ଟିଟଲାଗଡ, କଟକ, ସୋନପୁର, ଫୁଲବାଣୀ, ଢେଙ୍କାନାଳ, କେନ୍ଦୁଝର, ପାରାଦ୍ୱୀପ, ଭବାନୀପାଟଣା, ସମ୍ବଲପୁର ଓ ହୀରାକୁଦରେ କୁହୁଡି ଅନୁଭୂତ ହୋଇଥିଲା । ସେହିପରି ଆସନ୍ତା କାଲିଠାରୁ ୫ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ରାଜ୍ୟର କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝରଗଡ, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା ଏବଂ କଟକର ଗୋଟିଏ, ଦୁଇଟି ସ୍ଥାନରେ ସାମାନ୍ୟ ଗୁହୁଡି ହେବାର ସମ୍ଭାବନା ରହିଛି । ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking