28.1 C
Bhubaneswar
Monday, October 21, 2024
Homeଓଡିଶା୨ ଦିନ ପରେ ରାଜ୍ୟରେ କମିପାରେ ଶୀତ

୨ ଦିନ ପରେ ରାଜ୍ୟରେ କମିପାରେ ଶୀତ

ଭୁବନେଶ୍ବର: ଲଗାତାର ତିନି ଦିନ ଧରି ଝିପଝିପ୍ ବର୍ଷା ସାଙ୍ଗକୁ କୋହଲାପାଗ ଓ ଥଣ୍ଡା ପବନ କମିବା ପରେ ଏବେ ଶୀତରେ ଥରହର ସାରା ଓଡିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳୁଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସେପଟେ କୁହୁଡି ଯୋଗୁଁ ଦୃଶ୍ୟମାନ ଦୂରତା କମ ରହିଛି । ସକାଳୁ ସକାଳୁ ଘରୁ ବାହିରବା ମୁସ୍କିଲ ହୋଇପଡୁଛି । ସେହିପରି ସଂଧ୍ୟା ୭ଟା ହେଲେ ରାସ୍ତା ଘାଟ ଶୁନଶାନ ହୋଇଯାଉଛି । ଏହି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ଜାଳୁଛନ୍ତି । ଗାଁ ଠୁ ସହର ସବୁଠି ହାଡଭଙ୍ଗା ଶୀତ ଅନୁଭୂତ ହେଉଛି ।ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ, ଆଉ ୨ ଦିନ ପରେ ଶୀତ କମିପାରେ । ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଫ୍ରେବୃଆରୀ ୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାନେଇ ଆଶଙ୍କା କରିଛି ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking