18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶ୪ ଶାବକଙ୍କୁ ଜନ୍ମଦେଲା ଆଫ୍ରିକୀୟ ଚିତା

୪ ଶାବକଙ୍କୁ ଜନ୍ମଦେଲା ଆଫ୍ରିକୀୟ ଚିତା

ଭୋପାଳ: ଭାରତରେ ଚିତା ବଂଶ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଫଳପ୍ରଦ ହୋଇଛି । ୨୦୨୨ରେ ଆଫ୍ରିକୀୟ ରାଷ୍ଟ୍ର ନାମିବ୍ୟାରୁ ଅଣାଯାଇଥିବା ୮ଟି ଚିତା ମଧ୍ୟରୁ ‘ସିୟାୟା’ ନାମକ ମାଈ ଚିତା ଇତିମଧ୍ୟରେ ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ଜଣାପଡିଛି । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୁଧବାର ଟ୍ୱିଟ୍ କରି ଏହି ସୂଚନା ଦେବାସହିତ ଶାବକଙ୍କ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମାଆ ଓ ଶିଶୁ ଚିତାଗୁଡିକ ସୁସ୍ଥ ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ ଭାରତରେ ବିଲୁପ୍ତ ଘୋଷିତ ଚିତା ବଂଶ ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ୨୦୨୨ ସେପ୍ଟେମ୍ବର୧୭ରେ ନାମିବ୍ୟାରୁ ପ୍ରଥମ ଦଫାରେ ୮ଟି ଚିତା (୫ ମାଈ ଓ ୩ ଅଣ୍ଡିରା)ଙ୍କୁ ଅଣାଯାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡାଯାଇଥିଲା । ମୋଦୀଙ୍କ ଜନ୍ମଦିନ ଅବସରରେ ଉକ୍ତ ଦିନ ମୋଦୀ ମଧ୍ୟ ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରିଥିଲେ ।

ଏପରିକି ଉତ୍ସାହିତ ମୋଦୀ ସେତେବେଳେ କେତେକ ଚିତାଙ୍କ ନାମକରଣ ମଧ୍ୟ କରିଥିଲେ । ୨୦୨୩ ଫେବୃଆରୀ ୨୮ରେ ଦ୍ୱିତୀୟ ଦଫାରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତାଙ୍କୁ ଅଣାଯାଇ କୁନୋ ଜାତୀୟ ପାର୍କରେ ଛଡାଯାଇଛି । ତେବେ ଦୁର୍ଭାଗ୍ୟବଶତଃ ଗତ ସୋମବାର ପ୍ରଥମ ଦଫାରେ ଆସିଥିବା ‘ସାଶା’ ନାମକ ଏକ ଚିତାର ମୃତ୍ୟୁ ହୋଇଥିବାରୁ ଚିତା ସଂଖ୍ୟା ୧୯କୁ ହ୍ରାସ ପାଇଥିଲା । କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସାଶାର ମୃତ୍ୟୁ ଘଟିଛି ବୋଲି ଡାକ୍ତରୀ ଦଳ ରିପୋର୍ଟ ଦେଇଛନ୍ତି । ୧୯୪୭ରେ ମଧ୍ୟପ୍ରଦେଶ (ବର୍ତ୍ତମାନ ଛତିଶଗଡ)ର କୋରିୟା ଜିଲ୍ଲାରେ ଶେଷ ଚିତାର ମୃତ୍ୟୁ ଘଟିଥିଲା । ୧୯୫୨ରେ ଭାରତ ସରକାର ଚିତାକୁ ବିଲୁପ୍ତ ବୋଲି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking