26.1 C
Bhubaneswar
Friday, February 27, 2026
Homeଦେଶ ବିଦେଶପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ଗୁଳି କରି ଖସାଇଲା ଆଫଗାନିସ୍ତାନ

ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ଗୁଳି କରି ଖସାଇଲା ଆଫଗାନିସ୍ତାନ

ପାକିସ୍ତାନ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଆଫଗାନୀସ୍ତାନର ଗଣମାଧ୍ୟମ ଅନୁଯାୟୀ, ଆଫଗାନ ସେନା ସେମାନଙ୍କ ବାୟୁସୀମା ଉଲ୍ଲଂଘନ କରିଥିବା ଏକ ପାକିସ୍ତାନୀ ଏଫ-୧୬ ଲଢୁଆ ବିମାନକୁଗୁଳି କରି ଖସାଇ ଦେଇଛି । ଶୁକ୍ରବାର ସକାଳେ ପାକିସ୍ତାନ, କାବୁଲ, କାନ୍ଦାହାର ଏବଂ ପାକଟିକାରେ ବିମାନ ଆକ୍ରମଣ କରିଥିଲା । ପାକିସ୍ତାନୀ ସୁରକ୍ଷା ଅଧିକାରୀମାନେ କହିଛନ୍ତି, ବିମାନ ଆକ୍ରମଣରେ ଦୁଇଟି ଆଫଗାନ ସେନା ବ୍ରିଗେଡ ମୁଖ୍ୟାଳୟ ନଷ୍ଟ ହୋଇଯାଇଛି । କାବୁଲରେ ଅତି କମରେ ତିନୋଟି ଜୋରଦାର ବିସ୍ଫୋରଣ ହୋଇଥିଲା । ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ।

ଆଫଗାନିସ୍ତାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦଙ୍କ ଅନୁଯାୟୀ, ଆଫଗାନିସ୍ତାନ ସେନା ୧୯ଟି ପାକିସ୍ତାନୀ ପୋଷ୍ଟ ଏବଂ ଦୁଇଟି ସାମରିକ ଘାଟିକୁ ଧ୍ୱଂସ କରିଛି। ସ୍ଥଳ ସଂଘର୍ଷରେ ୫୫ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ଏବଂ ଅନେକଙ୍କୁ ଜୀବନ୍ତ ବନ୍ଦୀ କରାଯାଇଥିବା ଦାବି କରାଯାଇଛି। ଆଫଗାନିସ୍ତାନ ଡୁରାଣ୍ଡ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ଏକ ବଡ଼ ଧରଣର ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିଛି। ତୋରଖାମ ସୀମା ନିକଟରେ ଏକ ଆଫଗାନ ଶରଣାର୍ଥୀ ଶିବିରରେ ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଛି, ଯେଉଁଥିରେ ମହିଳା ଏବଂ ଶିଶୁ ସମେତ ୧୩ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଉଭୟ ଦେଶକୁ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ କୂଟନୀତି ମାଧ୍ୟମରେ ବିବାଦର ସମାଧାନ କରିବାକୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking