32.1 C
Bhubaneswar
Saturday, October 19, 2024
Homeଓଡିଶାଆଗୁଆ ନିର୍ବାଚନ ସଙ୍କେତ; ୮୫ ବରିଷ୍ଠ ପ୍ରଶାସକ ମାଷ୍ଟର ଟ୍ରେନର ନିଯୁକ୍ତ

ଆଗୁଆ ନିର୍ବାଚନ ସଙ୍କେତ; ୮୫ ବରିଷ୍ଠ ପ୍ରଶାସକ ମାଷ୍ଟର ଟ୍ରେନର ନିଯୁକ୍ତ

ଭୁବନେଶ୍ୱର: ସାଧାରଣ ନିର୍ବାଚନ-୨୦୨୪ ଆଗୁଆ ହେବା ନେଇ କେଇଦିନ ହେଲା ଚର୍ଚ୍ଚା ଜୋର୍ ଧରିଥିବାବେଳେ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନାହିଁ । ଅଥଚ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ ପ୍ରାୟ ସବୁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ରାଜ୍ୟର ୮୫ ବରିଷ୍ଠ ଓ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଭାବେ ନଯୁକ୍ତି ଦିଆଯାଇଛି ।

ସେମାବାର ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନ ଠାରେ ତୃତୀୟ ପର୍ଯ୍ୟାୟ ଓ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଛି । ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଉପସ୍ଥିତ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ଶ୍ରୀ ଧଳ କହିଛନ୍ତି ଯେ ନିଷ୍ଠାର ସହ ତାଲିମ୍ ଗ୍ରହଣ କଲେ ନିର୍ବାଚନ ପରିଚାଳନା କାର୍ଯ୍ୟ ସୁଗମ ଓ ସରଳ ହୋଇପାରିବ । ବିଶେଷ କରି ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ଜିଲ୍ଲା ନିର୍ବାଚନ ପରିଚାଳନା ଯୋଜନା, ପୋଲିଂ ଦଳ ଓ ଭୋଟ୍‌ଗ୍ରହଣ ପାଇଁ ବ୍ୟବସ୍ଥା, ମତଦାନ କେନ୍ଦ୍ର, ଆଦର୍ଶ ଆଚରଣବିଧି, ନିର୍ବାଚନ ଖର୍ଚ୍ଚ ତଦାରଖ, ଗଣମାଧ୍ୟମ ଅଭିଯୋଗ, ଏମ୍‌ସିଏମ୍‌ସି, ପେଡ୍‌ନ୍ୟୁଜ, ଭୋଟର୍ ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ, ଇଭିଏମ୍‌, ଭିଭିପ୍ୟାଟ୍‌, ନିର୍ବାଚନ ସାମଗ୍ରୀ, ପୋଷ୍ଟାଲ୍ ବାଲାଟ,ଭୋଟ୍ ଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ଆଦି ସଂପର୍କରେ ବିସ୍ତୃତ ଭାବରେ ପ୍ରଶିକ୍ଷିତ ହେବାକୂ ପଡ଼ିବ । ଏହି ତୃତୀୟ ପର୍ଯ୍ୟାୟ ତାଲିମ୍ ଗ୍ରହଣ ପରେ ଟ୍ରେନର୍‌ମାନେ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ତାଲିମ୍ ପ୍ରଦାନକରିବେ ବୋଲି ଶ୍ରୀ ଧଳ ପ୍ରକାଶ କରିଛନ୍ତି ।

 ଉକ୍ତ ପ୍ରଶିକ୍ଷଣ ଶିବିରରେ ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର୍ ଭାବେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ମୁଖ୍ୟ ପ୍ରବନ୍ଧକ ସବ୍ୟସାଚୀ ହୋତା, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking