18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶୟୁଟ୍ୟୁବରୁ ଡିଲିଟ ହେଲା ଆଡଲ୍ଟ ୱେବସାଇଟ୍ ‘ପର୍ଣ୍ଣ ହବ୍‌’

ୟୁଟ୍ୟୁବରୁ ଡିଲିଟ ହେଲା ଆଡଲ୍ଟ ୱେବସାଇଟ୍ ‘ପର୍ଣ୍ଣ ହବ୍‌’

ନୂଆଦିଲ୍ଲୀ: ପର୍ଣ୍ଣ ୱେବସାଇଟ୍ ପର୍ଣ୍ଣ ହବ୍ ଏକ୍ସଟର୍ଣ୍ଣାଲ ପଲିସି ଲିଙ୍କ ଉଲ୍ଲଂଘନ କରିଛି । ଏହି ନୀତି ୟୁଜରଙ୍କୁ ଏପରି କଣ୍ଟେଣ୍ଟ ସବୁ ଅପଲୋଡ କରିବାକୁ ବାଧା ଦିଏ ଯାହାକୁ ୟୁଟ୍ୟୁବ୍ ରେ ଅନୁମତି ନାହିଁ, ଯେପରିକି ପର୍ଣ୍ଣଗ୍ରାଫି । ଏ ନେଇ ୟୁଟ୍ୟୁବ୍ ଅନେକ କମ୍ୟୁନିଟି ଗାଇଡଲାଇନ ପରେ ପର୍ଣ୍ଣ ହବକୁ ନିଜ ଚାନେଲରୁ ହଟାଇ ଦେଇଛନ୍ତି । ‘ଦି ଭେରାଇଟି’ ଅନୁସାରେ ପର୍ଣ୍ଣ ହବର ୟୁଟ୍ୟୁବ ଚାନେଲ ଏବେ ଡିଲିଟ ହୋଇଯାଇଛି ।

ୟୁଟ୍ୟୁବରେ ପର୍ଣ୍ଣ ହବର ପାଖାପାଖି ୯ ଲକ୍ଷ ସବସ୍କ୍ରାଇବର ଥିଲେ । ତେବେ ୟୁଟ୍ୟୁବରୁ ହଟିବା ପୂର୍ବରୁ ଆକାଉଣ୍ଟରେ କେବଳ କାମ ଚଳାଇବା ଲାଗି ସୁରକ୍ଷିତ କଣ୍ଟେଣ୍ଟର ପ୍ରସାର କରାଯାଉଥିଲା । ତେବେ ପର୍ଣ୍ଣ ହବ ୟୁଟ୍ୟୁବରେ ପୋଷ୍ଟ କରାଯାଉଥିବା ଭିଡିଓ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଦର୍ଶକଙ୍କ ଆୟୁ ୧୮ ବର୍ଷ ବା ତତୋଧିକ ମଧ୍ୟ କରିଥିଲା । ତେବେ ପର୍ଣ୍ଣଗ୍ରାଫି ସାଇଟ୍ କୌଣସି ଅଡଲ୍ଟ କଣ୍ଟେଣ୍ଟ ପୋଷ୍ଟ କରିଥିବାର ଅଭିଯୋଗକୁ ଅସ୍ୱୀକାର କରିଛି ।ତେବେ ୟୁଟ୍ୟୁବ୍ ଏକମାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ନୁହେଁ ଯିଏ ପ୍ରଥମ ଥର ପର୍ଣ୍ଣ ହବର ଚାନେଲ ଡିଲିଟ କରିଛି । ଏହା ପୂର୍ବରୁ ଇଂଷ୍ଟାଗ୍ରାମ ମଧ୍ୟ ପର୍ଣ୍ଣ ହବକୁ ସ୍ଥାୟୀ ରୂପେ ପ୍ରତିବନ୍ଧିତ କରିଦେଇଥିଲା ।

ମେଟା ମାଲିକାନାଧୀନ ଫଟୋ ସେୟାରିଂ ଆପ୍ ଇଂଷ୍ଟାଗ୍ରାମ ନଗ୍ନତା, ଏଡଲ୍ଟ କଣ୍ଟେଣ୍ଟ ସମ୍ପର୍କିତ ଗାଇଡଲାଇନ ଉଲ୍ଲଂଘନ କରୁଥିବାର ଅଭିଯୋଗ କରିଥିଲା । ଏଣୁ ଇଂଷ୍ଟାଗ୍ରାମ ମୁଖପାତ୍ର ବାରମ୍ବାର ଆମ ନୀତିମାନଙ୍କର ଉଲ୍ଲଂଘନ ଲାଗି ପର୍ଣ୍ଣର ହବର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସ୍ଥାୟୀ ରୂପେ ପ୍ରତିବନ୍ଧିତ କରିଦେଇଛୁ ବୋଲି କହିଛନ୍ତି । ଏଥିଲାଗି ପର୍ଣ୍ଣ ହବ ଇଂଷ୍ଟା ଉପରେ ପକ୍ଷପାତ ଅଭିଯୋଗ କରିଥିଲା ଓ ଏକ ଖୋଲା ପତ୍ରରେ ମଞ୍ଚକୁ ଆମ ଆକାଉଣ୍ଟ କାହିଁକି ବାରମ୍ବାର ବନ୍ଦ ହେଉଛି ସେ ନେଇ ସ୍ପଷ୍ଟିକରଣ ମଧ୍ୟ ମାଗିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking