ମୁମ୍ବାଇ : ବମ୍ବେ ହାଇକୋର୍ଟ ର ନାଗପୁର ବେଞ୍ଚ ଏକ ହ୍ୱାଟ୍ସଆପ ଗ୍ରୁପର ଆଡମିନଙ୍କ ବିରୁଦ୍ଧରେ ପୋଲିସରେ କରାଯାଇଥିବା ଏଫଆଇଆରକୁ ଖାରିଜ କରିଦିଆଯାଇଛି । ଏହାସହ ଆଡମିନଙ୍କ ବିରୁଦ୍ଧରେ ଗୋଦିୟା ଠାରେ କରାଯାଇଥିବା କେସ ଉପରେ ରୋକ ଲଗାଯାଇଛି ।
କୋର୍ଟ କହିଛନ୍ତି ଯେ, ଯଦିଓ ଏଫ୍ଆଇଆର୍ରେ ଦାଖଲ ହୋଇଥିବା ଅଭିଯୋଗଗୁଡିକ ସତ୍ୟ ବୋଲି ଗ୍ରହଣ କରାଯାଏ ଏବଂ ଚାର୍ଜସିଟରେ ଦର୍ଶାଯାଇଥିବା ସାମଗ୍ରୀକୁ ଏହାର ମୂଲ୍ୟ ମୂଲ୍ୟରେ ବିବେଚନା କରାଯାଏ, ତଥାପି ଆବେଦନକାରୀ ଆଇପିସି ବିରୋଧରେ ଧାରା ୩୫୪-ଏ (୧) , ୫୦୯, ୧୦୭ ଏବଂ ଆଇଟି ଆକ୍ଟ ୨୦୦୦ ର ଧାରା ୬୭ ଅନୁଯାୟୀ ଅପରାଧ ପ୍ରମାଣ କରିବାକୁ ପର୍ଯ୍ୟାପ୍ତ ଉପାଦାନ ନାହିଁ। ”
ସୂଚନା ଅନୁସାରେ ଏକ ହ୍ୱାଟ୍ସଆପ ଗ୍ରୁପର ଆଡମିନ ଆଉ ଜଣେ ଅସସ୍ୟଙ୍କ ବିରୁଦ୍ଧରେ କେସ କରିଥିଲେ । ଏହାର କାରଣ ହୋଉଛି ସେହି ବ୍ୟକ୍ତି ଜଣକ ହ୍ୱାଟ୍ସଆପ ଗ୍ରୁପରେ ଅଭିଯୋଗକାରୀଙ୍କ ପାଇଁ ଅଶ୍ଲୀଳ ଭାଷାର ପ୍ରୟୋଗ କରିଥିଲେ । ଏହାକରିବା ସତ୍ତ୍ୱେ ମଧ୍ୟ ଗ୍ରୁପର ଆଡମିନ ତାଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଓ ତାଙ୍କୁ ଗ୍ରୁପରୁ ଡିଲିଟ ମଧ୍ୟ କରିନଥିଲେ ।
ଏଥିରେ ଯାହାଙ୍କ ବିରୁଦ୍ଧରେ ଅଶ୍ଲୀଳ ଭାଷାର ପ୍ରୟୋଗ କରାଯାଇଥିଲା ସେ ଆଡମିନଙ୍କ ବିରୁଦ୍ଧରେ ଏଫଆଇଆର କରାଇଥିଲେ । ଏହାପରେ ଯାଞ୍ଚ ଏଜେନ୍ସି ଅଭିଯୋଗକାରୀ ଓ ଆରୋପୀଙ୍କ ମୋବାଇଲ ନେଇ ଫରେନ୍ସିକ ଲ୍ୟାବରେ ଯାଞ୍ଚ ପାଇଁ ପଠାଇଥିଲେ ଓ ଆରୋପୀଙ୍କୁ କୋର୍ଟ ପଠାଇଥିଲେ । କୋର୍ଟରେ ଏହି ଘଟଣାରେ ପ୍ରମାଣ କମ ଥିବାରୁ ଏହାକୁ ଖାରିଜ କରାଯାଇଥିଲା ଓ କୋର୍ଟ ଏହା କହିଥିଲା ଯେ, ହ୍ୱାଟ୍ସଆପ ଗ୍ରୁପରେ ପଠାଯାଉଥିବା ଅଶ୍ଲୀଳ ପୋଷ୍ଟ ପାଇଁ ଆଡମିନ ଦାୟୀ ନୁହଁନ୍ତି ।