17.1 C
Bhubaneswar
Wednesday, February 4, 2026
Homeଓଡିଶାଲୋୟର ପିଏମଜିରେ ଗର୍ଜିଲେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ

ଲୋୟର ପିଏମଜିରେ ଗର୍ଜିଲେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ

ଭୁବନେଶ୍ୱର: ଲୋୟର ପିଏମଜିରେ ଗର୍ଜିଲେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ । ନିୟମିତ ଚାକିରି, ନୂଆ ନିଯୁକ୍ତି, ସମେତ ୧୩ଦଫା ଦାବି ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଶିକ୍ଷକଙ୍କ ବିକ୍ଷୋଭ। ସମାନ କାମକୁ ସମାନ ଦରମା ଦାବି କରି ଭୁବନେଶ୍ବର ବିଧାନସଭା ମାର୍ଗରେ  ହଜାର ହଜାର ଆଦର୍ଶ ବିଦ୍ୟାଳୟ ଶିକ୍ଷକ ବିକ୍ଷୋଭ ପଦର୍ଶନ କରିଛନ୍ତି । ଆନ୍ଦୋଳନକୁ ୫ ଦିନ ବିତି ଯାଇଥିଲେବି ସରକାର ସେମାନଙ୍କ କଥା ଶୁଣୁନାନାହାନ୍ତି । ଫଳରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ କଳା ବ୍ୟାଚ ପିନ୍ଧି ବିଦ୍ୟାଳୟ ଗେଟ ସାମ୍ନାରେ ଧାରଣା ଦେବା ସହ ଶାନ୍ତପୂର୍ଣ ଆନ୍ଦୋଳନ ଜାରି ରଖୁଛନ୍ତି । ରାଜ୍ୟର ୩୧୪ ଟି ଆଦର୍ଶ ବିଦ୍ୟାଳୟ ଶିକ୍ଷକ ପ୍ରତିବାଦ କରିଛନ୍ତି । ସଂଘର ପ୍ରମୁଖ ଦାବୀ ମଧ୍ୟରେ ରହିଛି ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା, ଶାରୀରିକ ଶିକ୍ଷା, ସଙ୍ଗୀତ,ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ପେ ପ୍ରଦାନ କରିବା, ପ୍ରତ୍ୟେକ ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ, ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା, ପ୍ରତ୍ୟେକ ବିଦ୍ୟାଳୟରେ ସାଇନ୍ସ କମର୍ସ ଭଳି ଆର୍ଟ ଷ୍ଟ୍ରିମ୍ ଖୋଲିବା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking