18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଅଦାନୀ-ହିଣ୍ଡେନ୍‌ବର୍ଗ ମାମଲା; କେନ୍ଦ୍ରର ପରାମର୍ଶକୁ ସୁପ୍ରିମ୍‌କୋର୍ଟଙ୍କ ନାମଞ୍ଜୁର

ଅଦାନୀ-ହିଣ୍ଡେନ୍‌ବର୍ଗ ମାମଲା; କେନ୍ଦ୍ରର ପରାମର୍ଶକୁ ସୁପ୍ରିମ୍‌କୋର୍ଟଙ୍କ ନାମଞ୍ଜୁର

ନୂଆଦିଲ୍ଲୀ: ଅଦାନୀ-ହିଣ୍ଡେନବର୍ଗ ମାମଲାରେ ଏକ୍ସପର୍ଟଙ୍କ ନାମ ବନ୍ଦ ଲଫାପାରେ ଗ୍ରହଣ କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି । ପୂର୍ବ ଶୁଣାଣିରେ କୋର୍ଟଙ୍କ କହିବା ଅନୁସାରେ କେନ୍ଦ୍ର ସରକାର ଏକ୍ସପର୍ଟ କମିଟି ଗଠନନ ପାଇଁ ରାଜି ହୋଇଥିଲେ । ସେତେବେଳେ ସରକାର ଏକ୍ସପର୍ଟଙ୍କ ନାମ ବନ୍ଦ ଲଫାପାରେ ଦେବା ପାଇଁ କହିଥିଲେ । ଏକ୍ସପର୍ଟ କମିଟି ସଦସ୍ୟଙ୍କ ନାମ ଉପରେ କୋର୍ଟ ପାରଦର୍ଶିତା ଚାହାନ୍ତି ବୋଲି କହିଥିଲେ । ଫଳରେ କେନ୍ଦ୍ରର ପରାମର୍ଶ ସ୍ୱୀକାର କରାଯାଇପାରିବ ନାହିଁ । କୋର୍ଟ କହିଛନ୍ତି କେନ୍ଦ୍ର ଯେଉଁ ନାମ ପ୍ରଦାନ କରିଛି, ତାହା ଅନ୍ୟ ପକ୍ଷକୁ ଦିଆନଗଲେ ପାରଦର୍ଶିତା ରହିବ ନାହିଁ ।

ତେଣୁ ନିଜ ପକ୍ଷରୁ କମିଟି ଗଠନ ପାଇଁ କୋର୍ଟ କହିଛନ୍ତି । କୋର୍ଟ ଆଦେଶ ସଂରକ୍ଷିତ ରଖିଥିବା ବେଳେ ଷ୍ଟକ୍ ମାର୍କେଟ୍‌ର ରେଗୁଲେଟରି ମେକାନିଜିମ୍‌ରେ ପରିବର୍ତ୍ତନର ଆବଶ୍ୟକତା ରହିଛି ନାହିଁ ତାହା କମିଟି ଦେଖିବ ବୋଲି କହିଛନ୍ତି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ ଚାରିଟି ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଆଡ୍‌ଭୋକେଟ୍ ଏମ୍‌ଏଲ୍ ଶର୍ମା, ବିଶାଳ ତିୱାରୀ, କଗ୍ରେସ ନେତା ଜୟା ଠାକୁର ଏବଂ ସାମାଜିକ କର୍ମୀ ମୁକେଶ କୁମାର ଏହି ପିଟିସନ୍ ଦାଖଲ କରିଛନ୍ତି । ମାମଲାର ପ୍ରଥମ ଶୁଣାଣି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ା, ଜଷ୍ଟିସ୍ ପିଏସ୍ ନରସିହ୍ମା ଏବଂ ଜଷ୍ଟିସ୍ ଜେବି ପାରଦିୱାଲାଙ୍କ ଖଣ୍ଡପୀଠ ଫେବୃଆରୀ ୧୦ ତାରିଖରେ କରିଥିଲେ । ଦ୍ୱିତୀୟ ଶୁଣାଣି ସୋମବାର ଫେବୃଆରୀ ୧୩ ତାରିଖରେ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking