ନୂଆଦିଲ୍ଲୀ: ଦ କେରଳ ଷ୍ଟୋରୀର ଲିଡ୍ ଅଭିନେତ୍ରୀ ଅଦା ଶର୍ମା ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ମିଳିବା ପରେ ତାଙ୍କ ଫ୍ୟାନମାନେ ତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ । ଏହାପରେ ଅଦା ଶର୍ମା ନିଜେ ଟ୍ୱିଟ କରି ନିଜ ସ୍ୱାସ୍ଥ୍ୟବସ୍ଥାର ଅପଡେଟ ଦେଇଥିଲେ । ସେ ସୁସ୍ଥ ଥିବା କଥା ଜାଣିବା ପରେ ଫ୍ୟାନମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ତେବେ ଗତ କିଛିଦିନ ତଳେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ମିଳିଥିଲା । ଅଦା ଶର୍ମା ଟ୍ୱିଟ କରି କହିଥିଲେ କି ସେ ଏବେ ପୂରା ସୁସ୍ଥ ଅଛନ୍ତି ତାଙ୍କ ସହ କୌଣସି ବଡ ଦୁର୍ଘଟଣା ହୋଇନାହିଁ । ମୋତେ ବହୁତ ସାରା ମେସେଜ ମିଳୁଛି କାରଣ ଆମ ଦୁର୍ଘଟଣାର ଖବର ସୋସିଆଲମିଡିଆରେ ଭାଇରାଲ ହୋଇଛି । ମୁଁ ଆଉ ଆମ ଟିମ ପୂରା ସୁସ୍ଥ ଅଛୁ । ଆମ ବିଷୟରେ ଚିନ୍ତା କରିଥିବାରୁ ଧନ୍ୟବାଦ । କେରଳ ଷ୍ଟୋରୀକୁ ନେଇ ଚାଲୁଥିବା ବିବାଦ ଭିତରେ ଅଦା ଶର୍ମାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । କୁହାଯାଉଛି ଯେ ଏହି ଫିଲ୍ମ ମୁସଲିମ ସ ମ୍ପ୍ରଦାୟ ବିରୋଧରେ ଘୃଣା ସୃଷ୍ଟି କରୁଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ଏହି ଚଳଚ୍ଚିତ୍ରକୁ ବ୍ୟାନ କରିଛନ୍ତି ।