28.1 C
Bhubaneswar
Monday, February 9, 2026
Homeଓଡିଶାବନ୍ଧଗାଁରେ ଉତ୍କଟ ପାନୀୟଜଳ ସଂକଟ

ବନ୍ଧଗାଁରେ ଉତ୍କଟ ପାନୀୟଜଳ ସଂକଟ

ଯାଜପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ସାଧାରଣ ମାନଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବିଭନ୍ନ ପ୍ରକଳ୍ପ କରୁଛନ୍ତି କିନ୍ତୁ ଯାଜପୁର ଜିଲ୍ଲାରେ ଜଳ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଉନାହିଁ ଅଧିକାଂଶ ପ୍ରକଳ୍ପ ଅଧା ପାହାନ୍ତିଆ ହୋଇପଡ଼ିଛି l ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ପାନୀୟ ଜଳ ସମସ୍ୟା ଲାଗି ରହିଛି l କିନ୍ତୁ ବିଶେଷ ଭାବରେ ସୁକିନ୍ଦା ଖଣି ଉପତ୍ୟକାରେ ପାନୀୟ ଜଳ ସଙ୍କଟ ଲାଗି ରହୁଚି ଖଣି ଉତ୍ତୋଳନ କରି କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ରୟାଲିଟ ନେଉଛନ୍ତି ଖଣି ଆଳରେ ପାନୀୟ ଜଳ ସ୍ୱାସ୍ଥ୍ୟ ପ୍ରତି ଓ ପାରିପାର୍ଶିକ ପରିବେଶ ପ୍ରତି ଧ୍ୟାନ ଦେଉନାହାନ୍ତି କ୍ରମେ ମଇଳା ପାଣି ପିଇ କିଡନୀ ଓ ଦୁଃସାଧ୍ୟ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଉଥିବା ଏବେ ଦେଖିବାକୁ ମିଳୁଛି l

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ବନ୍ଧଗାଁ ପଞ୍ଚାୟତର ୧, ୨ ଓ ୩ ନମ୍ବର ୱାର୍ଡରେ ଏବେ ଉତ୍କଟ ପାନୀୟଜଳ ସଂକଟ ଦେଖାଦେଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକଙ୍କୁ ସ୍ବାଭାବିକ ଠାରୁ ଅଧିକ ଜଳ ଆବଶ୍ୟକ ଥିବା ବେଳେ ଜଳାଭାବ ପରିସ୍ଥିତି ପାଇଁ ୩ଶହରୁ ଅଧିକ ପରିବାର ଆଠ ମାସରୁ ଅଧିକ ସମୟ ଧରି ପାନୀୟ ଜଳ ପାଇଁ ଡହଳବିକଳ ହେଉଥିବା ସାଧାରଣ‌ରେ ଅଭିଯୋଗ ହୋଇଛି। ପିଇବାପାଣି, ରୋଷେଇ, ସ୍ନାନଶୌଚ ଓ ଗୃହପାଳିତ ପ୍ରାଣୀ ପାଇଁ ଜଳକ୍ଳିଷ୍ଟ ଉପରସାହି, ମଝିସାହି, ତଳସାହି ଓ ମୁଣ୍ଡାସାହିର ଜନସାଧାରଣ ନାହିଁ ନଥିବା ହଇରାଣ ହରକତ ହେଉଥିବା ନେଇ ଅଶାନ୍ତି ଓ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପ୍ରତିବାଦ ସ୍ବରୂପ ଆଜି ବସୁଧା ପାନୀୟଜଳ ପ୍ରକଳ୍ପ ପାଖରେ ସଂଘବଦ୍ଧ ମହିଳାମାନେ ପ୍ରଚଣ୍ଡ ଖରାରେ ଖାଲି ଗରା, ବାଲ୍‌ଟି ଓ ଡେକ୍‌ଚି ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମସ୍ୟା ସମାଧାନ ଦିଗରେ ପ୍ରଶାସନିକ ସ୍ଥାଣୁତା ନେଇ ଅସନ୍ତୋଷ ଝାଡ଼ିଥିଲେ। ୮ ମାସ ଧରି ଜଳସଂକଟ ଦେଖା ଦେଇଥିଲେ ହେଁ ପଞ୍ଚାୟତ ପ୍ରଶାସନ ସବୁଜାଣି ନିରବଦ୍ରଷ୍ଟ‌ା ସାଜିଥିବା ଅଭିଯୋଗ ହୋଇଥିଲା।

ଗ୍ରାମବାସୀ ଅଭିଯୋଗ କରନ୍ତି ଯେ, ଗ୍ରାମର ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପାଖାପାଖି ୧୦ ବର୍ଷ ତଳେ ଗଭୀର ବୋର୍‌ୱେଲରୁ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣିଟାଙ୍କିକୁ ପାଣି ଉଠାଣ ପରେ ସେଠାରୁ ଉକ୍ତ ୪ ସାହିକୁ ପାଣି ଯୋଗାଣ ହୋଇଆସୁଥିଲା। ତେବେ ଆଠ ମାସ ଧରି ଏକାଧିକ ପାଣିପମ୍ପ୍ ଖରାପ ହୋଇଯିବାରୁ କାରଣରୁ ପ୍ରକଳ୍ପ ଅଚଳ ପ୍ରାୟ ପଡ଼ିରହିଛି। ହାଇସ୍କୁଲ ପାଖ ଓ ମଝିସାହିରେ ଥିବା ୨ଟି ନଳକୂଅ ପାଖରେ ପିଇବା ପାଣି ସଂଗ୍ରହ ପାଇଁ ଅଧିକ ଭିଡ଼ କାରଣରୁ ଘଣ୍ଟାଏ ମଧ୍ୟରେ ଗୋଳିପାଣି ଉଠୁଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନଥିବା ଅଭିଯୋଗ ହୋଇଛି।,, ସରପଞ୍ଚ ପାନୀୟ ଜଳ କନିଷ୍ଠ ଯନ୍ତ୍ରୀ ବିଡ଼ିଓ ମନ୍ତ୍ରୀ ପାଣି ସମସ୍ୟା ଦୂର ପାଇଁ ପଦକ୍ଷେପ ନେଉ ନାହାନ୍ତି ବୋଳି ଗ୍ରାମ ବାସି ମାନେ ବିଭିନ୍ନ ଗଣ ମଧ୍ୟମ କ କହିଛନ୍ତି ଗ୍ରାମ ର ମହିଳା ମାନେ ପାଣି ପିଇବାକୁ ଦିଅ ଦାବୀ କରି ଗରା କଳସୀ ଧରି ସୁକିନ୍ଦା ବ୍ଲକ ସମ୍ମୁଖ ରେ ଧାରଣା ଦେବ ବୋଲି ଗଣ ମଧ୍ୟମ ଜରିଆ ରେ ସୂଚନା ଦେଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking