27.1 C
Bhubaneswar
Sunday, September 29, 2024
Homeଓଡିଶାକିରାସିନି ଢାଳି ନିଆଁ ଲଗାଇ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗ, ସ୍ୱାମୀ ଗିରଫ

କିରାସିନି ଢାଳି ନିଆଁ ଲଗାଇ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗ, ସ୍ୱାମୀ ଗିରଫ

ବାଙ୍କୀ: ବିବାହର ଛଅ ବର୍ଷ ପରେ ମଧ୍ୟ ଯୌତୁକ ନିର୍ଯାତନା। କଥା କଥାକେ ମାଡ଼ ମାରୁଥିବା ସ୍ୱାମୀ ଶେଷରେ ପାଳଟିଗଲା ରାକ୍ଷାସ। ସବୁଦିନ ରାସ୍ତାରୁ ହଟାଇବା ପାଇଁ ଯୋଜନା ବଦ୍ଧ ଭାବେ ସ୍ୱାମୀ ଓ ସମ୍ପର୍କୀୟ ଦେଢ଼ଶୁର ମିଶି ମାଡ଼ ମାରି ଜୀବନରୁ ମାରି ଦେବା ଉଦେଶ୍ୟରେ ଦେହରେ କିରାସିନି ଢାଳି ଦିଆସିଲ ଲଗାଇ ପୋଡି ଦେଇଥିବାର ସାଂଘାତିକ ଅଭିଯୋଗ କରିଛନ୍ତି ପିଡ଼ିତା ସ୍ତ୍ରୀ। ଘଟଣା ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମରେ।

ଜମିରେ ବିନ୍ସ ମାଙ୍କଡ଼ ଖାଇଲା ବୋଲି ପ୍ରବଳ ମାଡ଼ ମାରି ମାରିଦେବାକୁ ଉଦ୍ୟମ କରୁଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି । ଏହି ଗ୍ରାମର ଏଲିନା ବେଉରା ଅଜୟକୁମାର ବେଉରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ଛଅ ବର୍ଷ ବିତି ଯାଇଥିଲେ ମଧ୍ୟ ଯୌତୁକ ଦାବିରେ ମାଡ଼ ମାରୁଥିଲେ। ହେଲେ ଏଲିନା ମାଡ଼ ଖାଇ ସ୍ୱାମୀ ସହିତ ଶାଶୁ ଘରେ ରହୁଥିଲେ ଗତ ସୋମବାର ଦିନ ସ୍ୱାମୀ ଅଜୟ ଓ ସମ୍ପର୍କୀୟ ଦେଢ଼ଶୁର ସୁରେଶ ମାଡ଼ମାରି ଦେହରେ କିରାସିନି ଢାଳି ଦିଆସିଲ ମାରି ନିଆଁ ରେ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ। ହେଲେ ଏଲିନା କୌଶଳକ୍ରମେ ଖସି ଆସି ନିଜ ଭାଇକୁ ପୋଡି ଜାଳି ଦେବାଖବର ଦେବାରୁ ସଙ୍ଗେ ସଙ୍ଗେ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

ପରେ ପିଡ଼ିତାଙ୍କ ଭାଇ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ସ୍ୱାମୀ ଅଜୟକୁ ଧରି ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଦେଢ଼ଶୁରକୁ ପୋଲିସ ଛାଡି ଦେବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଦେଢ଼ଶୁରକୁ ଗିରଫ କରିବାକୁ ଗ୍ରାମର ମହିଳା ମାନେ ଥାନାରେ ପହଞ୍ଚି ଦାବି କରିଛନ୍ତି। ଅନ୍ୟ ପକ୍ଷରେ ବାଙ୍କୀ ଏସଡିପିଓ ଜ୍ଞାନ ରଂଜନ ମିଶ୍ର କହିଛନ୍ତି ସ୍ୱାମୀ କୁ ଗିରଫ କରାଯାଇ ତଦନ୍ତ ଚାଲିଛି ନିଶ୍ଚିତ ଭାବରେ ଅନ୍ୟ ଅଭିଯୁକ୍ତ ଦେଢ଼ଶୁରଙ୍କୁ ଗିରଫ କରାଯିବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking