28.1 C
Bhubaneswar
Sunday, June 23, 2024
Homeଓଡିଶାନବବଧୂଙ୍କୁ ଶାଶୁଘରେ ହତ୍ୟା ଅଭିଯୋଗ

ନବବଧୂଙ୍କୁ ଶାଶୁଘରେ ହତ୍ୟା ଅଭିଯୋଗ

ବଣାଇ : ନବବଧୂଙ୍କ ହତ୍ୟା ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ । ୪ ମାସ ତଳେ ନୂଆକରି ବିବାହ କରିଥିବା ଝିଅର ମୃତ୍ୟୁ ଖବର ପାଇଲେ ପରିବାର ଲୋକେ । ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଘଟିଛି। ଜ୍ୱାଇଁ ହିଁ ଝିଅକୁ ମାରିଥିବା ସନ୍ଦେହ କରି ଶ୍ୱଶୁର ତାଙ୍କୁ ମାରପିଟ କରିଥିବା ବେଳେ ଉଭୟ ବାପା ପୁଅ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ମୁତାବକ, ମୃତ ନବବଧୂ ହେଲେ ରାଜଗାଙ୍ଗପୁର ଅଞ୍ଚଳର ରଇନ୍ଦ୍ର ଶେଖର ଦେଓଙ୍କ ଝିଅ ମାନି । ସେ ୪ ମାସ ପୂର୍ବେ ବଣାଇ ଥାନା ଅଧୀନ ସିଂ ଟୋଲା ବସ୍ତିରେ ରହୁଥିବା ଅମିତ ସିଂଙ୍କୁ ବିବାହ କରିଥିଲେ। ବିବାହ ପରେ ଶାଶୁ ଘର ଲୋକଙ୍କ ସମେତ ସ୍ୱାମୀ, ନଣନ୍ଦମାନେ ବି ଆମ ଝିଅକୁ ନିର୍ଯାତନା ଦେଉଥିଲେ। ଏନେଇ ଝିଅ ଆମକୁ କହୁଥିବା ବେଳେ ସବୁ କିଛି ଠିକ୍‌ ହୋଇଯିବ ବୋଲି କହୁଥିଲୁ। ମାତ୍ର ସେମାନେ ଆମ ଝିଅକୁ ଜବରଦସ୍ତି କିଛି ଖୁଆଇ ମାରି ଦେଇଛନ୍ତି। ଏନେଇ ଆମକୁ ଖବର ବି ଦେଇ ନ ଥିଲେ। ଆମେ ଖବର ପାଇ ମେଡିକାଲରେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଲୁ ବୋଲି କୋହଭରା କଣ୍ଠରେ କହିଛନ୍ତି ମାନିଙ୍କ ମା’ ।

ଏହାକୁ କେନ୍ଦ୍ର କରି ହସ୍ପିଟାଲରେ ମାନିଙ୍କ ସ୍ୱାମୀ ଓ ବାପା ହାତାହାତି ହୋଇଥିଲେ। ଫଳରେ ଉଭୟ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ନିଜ ଶ୍ୱଶୁର ଘର ସଦସ୍ୟଙ୍କ ଅଭିଯୋଗକୁ ଅମିତ ସିଂ ଖଣ୍ଡନ କରି କହିଛନ୍ତି, ମାନି ବିଷ ପିଇ ଦେଇଥିବା ବେଳେ ଆମେ ତାକୁ ଡାକ୍ତରଖାନା ଆଣିଥିଲୁ। ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମାତ୍ର ଶ୍ୱଶୁର ଘର ଲୋକେ କିଛି ନ ବୁଝି ଆମକୁ ଆକ୍ରମଣ କରିଛନ୍ତି। ଝିଅକୁ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ମାନିଙ୍କ ପରିବାର ଲୋକେ ବଣାଇ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking