ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ଅଭିଯୁକ୍ତମାନେ ଯିବେ ରିମାଣ୍ଡରେ । ୩ ଅଭିଯୁକ୍ତ ୪ ଦିନିଆ ରିମାଣ୍ଡରେ ଯିବେ । ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦିନେଶଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ସହ ହତ୍ୟାକାଣ୍ଡ କେମିତି ସେମାନେ ଘଟାଇଥିଲେ ତାହାର ସତ ବାହାର କରିବ ପୋଲିସ । ଏହି ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ (ଜେଏମଏଫସି) । ପୂର୍ବରୁ ୫ ଦିନ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା କମିଶନରେଟ୍ ପୋଲିସ ।