20.1 C
Bhubaneswar
Saturday, December 21, 2024
Homeଦେଶ ବିଦେଶଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ; ୬ ସରକାରୀ କର୍ମୀ ଗିରଫ

ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ; ୬ ସରକାରୀ କର୍ମୀ ଗିରଫ

ଜମ୍ମୁ: ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ୫ ପୁଲିସ୍ କର୍ମଚାରୀ ଏବଂ ଜଣେ ଶିକ୍ଷକଙ୍କୁ ମିଶାଇ ମୋଟ୍ ୬ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏମାନଙ୍କୁ ଗିରଫ କରିଛି ଜମ୍ମୁ କାଶ୍ମୀର ପୁଲିସ୍ । ଡ୍ରଗ୍ସ ଏବଂ ବିଷାକ୍ତ ଦ୍ରବ୍ୟ ବିକ୍ରୟ ମାଧ୍ୟମରେ ଏମାନେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବାର ପ୍ରମାଣ ମିଳିଥିଲା । ତେବେ ସରକାର ଏହି ୬ କର୍ମଚାରୀଙ୍କୁ ତୁରନ୍ତ ଚାକିରୀରୁ ବରଖାସ୍ତ କରିବା ସହ ଏମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସ୍‌ଆଇର ଏକ ନାର୍କୋ ଆତଙ୍କବାଦୀ ନେଟୱାର୍କରେ ଏମାନେ କାମ କରୁଥିବା ଜଣାପଡିଥିଲା । ଜମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏସମସ୍ତଙ୍କୁ ସମ୍ବିଧାନ ଧାରା ୩୧୧ (୨) (ସି) ବ୍ୟବହାର କରି ବରଖାସ୍ତ କରିଛନ୍ତି । ସେମାନେ ଡ୍ରଗ୍ସ କାରବାରକୁ ସହଜ କରିଥିଲେ ଏବଂ ଏଥିରୁ ମିଳିଥିବା ଲାଭ ଆତଙ୍କବାଦୀ କାର୍ଯ୍ୟକଳାପରେ ଖର୍ଚ୍ଚ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking