18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଆକ୍ରା ବିଶ୍ୱର ସବୁଠୁ ଅଣ ବନ୍ଧୁତ୍ୱପୂର୍ଣ୍ଣ ସହର; ତାଲିକାର ୩ୟ ସ୍ଥାନରେ ମୁମ୍ବାଇ

ଆକ୍ରା ବିଶ୍ୱର ସବୁଠୁ ଅଣ ବନ୍ଧୁତ୍ୱପୂର୍ଣ୍ଣ ସହର; ତାଲିକାର ୩ୟ ସ୍ଥାନରେ ମୁମ୍ବାଇ

ଲଣ୍ଡନ: ସାଧାରଣତଃ କୌଣସି ସହରକୁ ଗସ୍ତକଲେ, ଅଜଣା ବ୍ୟକ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ନୂତନ ସହରର ଲୋକ, ସେଠାକାର ଭାଷା, ଚାଲିଚଳଣ ଓ ପରିବେଶ ଆଗନ୍ତୁକଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥାଏ । ଏହି ପରିପ୍ରେକ୍ଷୀରେ ଆଗନ୍ତୁକଜଣକ ନୂତନ ସହରର ସ୍ଥାନୀୟ ବାସିନ୍ଦାଙ୍କଠାରେ ଆତ୍ମୀୟତା ଓ ବନ୍ଧୁତା ଖୋଜିଥାଏ । କେତେକ ସହରରେ ଏହି ସୁଯୋଗ ମିଳୁଥିବାବେଳେ ଆଉ କେତେକ କ୍ଷେତ୍ରରେ ସେମାନଙ୍କୁ ନିରାଶ ମଧ୍ୟ ହେବାକୁ ପଡିଥାଏ ।

ବନ୍ଧୁତା ପ୍ରସଙ୍ଗକୁ ନେଇ ନିକଟରେ ବ୍ରିଟେନର ଏକ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା । ଏଥିରେ ଭାରତ ସମେତ ଅନ୍ୟାନ୍ୟ ଦେଶର ୫୩ଟି ସହରକୁ ସାମିଲ କରାଯାଇଥିଲା । ‘ଦି କମ୍ୟୁନିଟୀ ସ୍ପିରିଟ୍ ଇଣ୍ଡେକ୍ସ’ ଶୀର୍ଷକ ଏହି ସର୍ଭେ ରିପୋର୍ଟରେ ବାହାର ସହରରୁ ଆସିଥିବା ଲୋକଙ୍କ ପ୍ରତି ନିର୍ଦ୍ଦିଷ୍ଟ ସହରବାସୀଙ୍କ ବନ୍ଧୁତା ଓ ଆତ୍ମୀୟତା କେତେ ରହିଛି, ତାହା ଅନୁଧ୍ୟାନ କରାଯାଇଥିଲା । ରିପୋର୍ଟ ଅନୁଯାୟୀ ଆଫ୍ରିକୀୟ ରାଷ୍ଟ୍ର ଘାନାର ରାଜଧାନୀ ଆକ୍ରା ବିଶ୍ୱ ସବୁଠାରୁ ଅଣ ବନ୍ଧୁତ୍ୱପୂର୍ଣ୍ଣ ସହରଭାବେ ଖ୍ୟାତିଲାଭ କରିଛି । ଏହାପଛକୁ ମରକ୍କୋର ମାରାକେଚ୍ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମୁମ୍ବାଇ, କୁଆଲା ଲୁମ୍ପୁର (ମାଲେସିଆ), ରିଓ ଡି’ ଜେନିରୋ (ବ୍ରାଜିଲ) ଓ ଦିଲ୍ଲୀ ଯଥାକ୍ରମେ ୩ୟରୁ ୬ଷ୍ଠ ସ୍ଥାନରେ ରହିଛନ୍ତି ।

ମୋଟ ୧୦ ମାର୍କ ମଧ୍ୟରୁ ଆକ୍ରାକୁ ୩.୧୨ ମାର୍କ ମିଳିଥିବାବେଳେ ମୁମ୍ବାଇକୁ ୩.୯୧ ଓ ଦିଲ୍ଲୀକୁ ୪.୦୧ ମାର୍କ ମିଳିଛି । ଅପରପକ୍ଷରେ କାନାଡାର ଟରୋଣ୍ଟୋ ଓ ସିଡ୍‌ନୀ ବିଶ୍ୱର ସବୁଠାରୁ ବନ୍ଧୁତ୍ୱପୂର୍ଣ୍ଣ ସହରଭାବେ ମାନ୍ୟତାଲାଭ କରିଛି । ଟରୋଣ୍ଟୋ ଓ ସିଡ୍‌ନୀକୁ ସର୍ବାଧିକ ୭.୯୭ ମାର୍କ ମିଳିଥିବାବେଳେ ଏହାପଛକୁ ଏଡିନବର୍ଗ (୭.୭୮) ଓ ମାଞ୍ଚେଷ୍ଟର (୭.୭୨) ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ପ୍ରତି ଏହି ସହରବାସୀ ଅହେତୁକ ଆନ୍ତରିକତା ଓ ବନ୍ଧୁତା ପ୍ରଦର୍ଶନ କରିଥାନ୍ତି ।

ସର୍ଭେ ସମୟରେ ୬ଟି ପ୍ରସଙ୍ଗକୁ ମାନଦଣ୍ଡଭାବେ ଗ୍ରହଣ କରାଯାଇଥିଲା । ନିର୍ଦ୍ଦିଷ୍ଟ ସହରକୁ ପର୍ଯ୍ୟଟକଙ୍କ ପୁନଃଭ୍ରମଣ, ସୁରକ୍ଷା, ଭାଷାଗତ ସମସ୍ୟା, ଆତ୍ମତୃପ୍ତି, ଲିଙ୍ଗଗତ ସମାନତା ଏବଂ ସହରବାସୀଙ୍କ ବନ୍ଧୁତ୍ୱପୂର୍ଣ୍ଣ ଆଚରଣକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking