ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ସୁଶାସନ ସୂଚକାଙ୍କ-୨୦୨୧’ ରିପୋର୍ଟ ଅନୁଯାୟୀ ଗୁଜରାଟ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି । ମୋଟ ୧୦ଟି ପ୍ରସଙ୍ଗକୁ ଆଧାର କରି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୪ ଭାଗରେ (ଗ୍ରୁପ୍-ଏ’, ଗ୍ରୁପ୍-ବି’, ଉତ୍ତର-ପୂର୍ବ ଓ ପାର୍ବତ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ) ବିଭକ୍ତ କରାଯାଇଛି ।
ଗ୍ରୁପ୍-ଏ’ରେ ଗୁଜରାଟ (୫୬୬୨ ପଏଣ୍ଟ), ମହାରାଷ୍ଟ୍ର (୫୪୨୫) ଓ ଗୋଆ (୫୩୪୮) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଗ୍ରୁପ୍-ବି’ରେ ମଧ୍ୟପ୍ରଦେଶ (୪୮୮୭), ରାଜସ୍ଥାନ (୪୮୮୪) ଓ ଛତିଶଗଡ (୪୮୬୨), ଉତ୍ତର-ପୂର୍ବ/ପାର୍ବତ୍ୟ କ୍ୟାଟେଗୋରୀରେ ହିମାଚଳ ପ୍ରଦେଶ (୫୦୮୪), ମିଜୋରାମ (୪୮୭୧) ଓ ଉତ୍ତରାଖଣ୍ଡ (୪୮୪୨) ଏବଂ କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଟେଗୋରୀରେ ଦିଲ୍ଲୀ (୫୦୦୫), ପୁଡୁଚେରୀ (୪୭୧୦) ଓ ଡାମନ-ଡିଉକୁ (୪୫୪୩) ଏହି ସୌଭାଗ୍ୟ ମିଳିଛି ।
ଓଡ଼ିଶା ଦୁଇଟି ପ୍ରସଙ୍ଗ ଯଥା ମାନବ ସମ୍ବଳ ବିକାଶ ଏବଂ ଆର୍ôଥକ ପ୍ରଶାସନରେ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ମୋଟ ଉପରେ ଓଡ଼ିଶାକୁ ୪୫୭୮ ପଏଣ୍ଟ ସହ ଗ୍ରୁପ୍-ବି’ରେ ୭ମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି । ସୂଚକାଙ୍କ ପ୍ରସ୍ତୁତି ନିମନ୍ତେ ଧାର୍ଯ୍ୟ କରାଯାଇଥିବା ୧୦ଟି ମାନଦଣ୍ଡ ହେଉଛି କୃଷି, ବାଣିଜ୍ୟ ଓ ଶିଳ୍ପ, ମାନବ ସମ୍ବଳ ବିକାଶ, ସ୍ୱାସ୍ଥ୍ୟ, ସର୍ବସାଧାରଣ ଭିତ୍ତିଭୂମି, ଆର୍ôଥକ ପ୍ରଶାସନ, ସାମାଜିକ କଲ୍ୟାଣ ଓ ବିକାଶ, ବିଚାର ବ୍ୟବସ୍ଥା ଓ ଜନସୁରକ୍ଷା, ପରିବେଶ ଏବଂ ଶେଷରେ ନାଗରିକ କେନ୍ଦ୍ରିକ ପ୍ରଶାସନ ।