25.1 C
Bhubaneswar
Monday, October 21, 2024
Homeଓଡିଶାବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ସୋନପୁର ରାସ୍ତା ଉଫୁଲା ପାଖରେ ରବିବାର ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଦୁଇ ମୃତକ ଯୁବକ ହେଲେ ସୁବଳୟା ଥାନା କମିରା ଗ୍ରାମର ସମ୍ବିତ ପଧାନ( ୨୧) ଓ ବୁଠିପଦର ଗ୍ରାମର ଶିପକ୍ ନାଗ (୧୮) ବର୍ଷ। ଉଭୟ ଯୁବକ ବୀରମହାରାଜପୁର ଏକ ଘରୋଇ ହୋଟେଲ୍ ରେ କାର୍ଯ୍ୟ କରୁଥିଲେ। ରାତି ପ୍ରାୟ ସାଢେ଼ ବାରଟାରେ ହୋଟେଲ୍ ରୁ ବାହାରି କୈ।ଣସି ଉଫୁଲା ଗାଁକୁ ଯାଉଥିବାବେଳେ ଉଫୁଲା ନାରାୟଣୀ ମନ୍ଦିର ପାଖରେ ଥିବା ଇଲେକଟ୍ରିକ୍ ପୋଲରେ ବାଡ଼ରେ ହୋଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁରର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତକ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking