ଉଧମପୁର: ଜମ୍ମୁ-କଶ୍ମୀରର ଉଧମପୁରରେ ଶୁକ୍ରବାର ବୈଶାଖୀ ଅବସରରେ ଏକ ଫୁଟ୍ବ୍ରିଜ୍ ଭୁଶଡ଼ି ପଡ଼ିଛି । ଦୁର୍ଘଟଣାରେ ୬୨ ଲୋକ ଆହତ ହୋଇଛନ୍ତି । ଏହା ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୁଲିସ ଓ ଅନ୍ୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କଳାଇଛନ୍ତି । ଘଟଣା ଚେନାନୀ ବ୍ଲକ୍ର ବୈନ୍ ଗାଁରେ ହୋଇଛି ।
ଉଧମପୁର ଏସ୍ଏସ୍ପି ଡ. ବିନୋଦ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଚେନାନୀ ନଗର ପାଳିକା ଅଧ୍ୟକ୍ଷଙ୍କ ଅନୁସାରେ ୭/୮ ଜଣ ଆହତଙ୍କୁ ଜିଲ୍ଲା ହସ୍ପିଟାଲ୍ ରେଫର୍ କରାଯାଇଛି । ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ ଉଧମପୁରର ବୈନ୍ ଗାଁରେ ବୈଶାଖୀ ଅବସରରେ ମେଳାର ଆୟୋଜନ ହୋଇଥାଏ । ଏଥିରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇଥାନ୍ତି । ଚଳିତ ଥର ମଧ୍ୟ ମେଳାରେ ବହୁ ଭିଡ଼ ଦେଖିବାକୁ ମିଳିଥିଲା । ଏହା ମଧ୍ୟରେ ବହୁ ଲୋକ ବ୍ରିଜ୍ ଉପରେ ଚଢ଼ିଯିବାରୁ ଏହି ଦୁର୍ଘଟଣା ହୋଇଛି । ଫୁଟ୍ବ୍ରିଜ୍ଙ୍କ ଅଞ୍ଚଳର ଲୋକମାନେ ନିଜ ଅର୍ଥରେ ନିର୍ମାଣ କରିଥିବା କୁହାଯାଉଛି ।