ଲକ୍ଷ୍ନୌ : ଉତ୍ତର ପ୍ରଦେଶର ରାମପୁରରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ପୋଲରେ ପିଟି ହୋଇଯିବାରୁ ଓଲଟି ପଡ଼ିଛି । ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ଘଟିଛି । ରାମପୁରରୁ ଦ୍ରୁତ ଗତିରେ ଆସୁଥିବା କାର ହାଇଟେନ୍ସ ୱେୟାରଲେସ୍ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଖାଇରେ ଓଲଟି ପଡ଼ିଥିଲା । ଫଳରେ ୬ ଜଣଙ୍କର ଜୀବନ ଚାଲିଯାଇଛି । ଏହି ଘଟଣାରେ ଆଉ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କାରରେ ବସିଥିବା ଲୋକ ମୁରାଦାବାଦର ଡିଲାରୀ ନିବାସୀ ବୋଲି ଜଣାଯାଇଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ସମସ୍ତ ବ୍ୟକ୍ତି ଏକ ବୈବାହିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ।
ତେବେ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରି ପୋଲିସ ପୋଷ୍ଟମର୍ଟମ୍ ପାଇଁ ପଠାଇଛି । ରାମପୁରର ଅଜୀମନଗର ଥାନା ଅଞ୍ଚଳରେ ଦ୍ରୁତ ଗତି ଯୋଗୁ ଇନୋଭା କାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍ଟ୍ରିକ୍ ଖୁଣ୍ଟରେ ପିଟି ହୋଇଯାଇଥିଲା ।
କାର୍ଟି ଏତେ ଜୋରରେ ଖୁଣ୍ଟକୁ ଧକ୍କା ଦେଇଥିଲା ଯେ ତାହା ଉପୁଡ଼ି ପଡ଼ିଥିଲା ଓ କାର ଯାଇ ପଡ଼ିଥିଲା ଗାତରେ । ଏହି ଦୁର୍ଘଟଣାରେ କାରରେ ଥିବା ୧୧ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ୫ ଜଣ କାରରେ ଗୁରୁତର ହୋଇଯାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେହିପରି ଦୁର୍ଘଟଣାରେ ମୃତ ୬ ଜଣଙ୍କ ଶବକୁ ପୋଷ୍ଟ ମର୍ଟମ୍ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି । ବିବାହ କାର୍ଯ୍ୟକ୍ରମକୁ ଯିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।