34.1 C
Bhubaneswar
Friday, September 20, 2024
Homeଓଡିଶାଘାଟିରୁ ଖସିଲା କାର, ୩ ମୃତ

ଘାଟିରୁ ଖସିଲା କାର, ୩ ମୃତ

କୋରାପୁଟ: ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟି ତଳକୁ ଖସଲା ଏକ କାର। କାରରେ ଛତିଶଗଡ ଠାରୁ ଆନ୍ଧ୍ର ଅଭିମୁଖେ ଚାରି ଜଣଙ୍କ ଯାତ୍ରୀ ଯାଉଥିବା ଜଣାପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ ତିନି ଜଣଙ୍କ ମୃତ୍ୟୁ ଘଟିବା ନେଇ ସୂଚନା ମିଳିଛି।ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ନେଇ ଜଣାପଡ଼ିଛି। ଗୁରୁତର ଆହତ ଜଣକ ପଟାଙ୍ଗି ମେଡିକାଲରେ ଭର୍ତ୍ତି ହୋଇଛନ୍ତି, ଏବଂ ଆହତ ମହିଳାଙ୍କୁ ପଟାଙ୍ଗି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗାଡ଼ିରେ ଥିଲେ ନନ୍ଦଲାଲ ଠାକର, ଗୌରବ ଠାକର, ରଚନା ଠାକର, ନମନ ଠାକର । ଆହତ ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି ରଚନା ଠାକର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking