28.1 C
Bhubaneswar
Friday, October 18, 2024
Homeଓଡିଶାଟ୍ରକ- କାର ମୁହାଁମୁହିଁ: ୨ ମୃତ, ୩ ଆହତ

ଟ୍ରକ- କାର ମୁହାଁମୁହିଁ: ୨ ମୃତ, ୩ ଆହତ

କଟକ: ନୂଆବଜାର ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ମୃତକ ଦ୍ୱୟ ହେଲେ ଜଗତସିଂହପୁର ଜିଲ୍ଲା ରଥୁନାଥପୁର ଅଞ୍ଚଳର ଦୈତାରୀ ବେହେରା(୪୮) ଓ କାର୍ ଚାଳକ ସୁରେଶ କୁମାର ବେହେରା(୪୪) । ସୂଚନା ଅନୁଯାୟୀ କଟକ-ପାରାଦୀପ ରାସ୍ତାର ନୂଆବଜାର ପାଶ୍ୱର୍ରୁ ରଘୁନାଥପୁର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ କାର୍ (ଓଆର-୦୫-ଏଭି -୩୮୮୮) ଅପର ପାଶ୍ୱର୍ରୁ କଟକ ଆଡ଼କୁ ଆସୁଥିବା ହାଇୱା ଟ୍ରକ (ଓଡି-୦୨-ବିଏସ୍‌-୯୬୫୫) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋର୍‌ରେ ହୋଇଥିଲା ଯେ କାର୍‌ଟି ଘୂରି ବିପରୀତ ଦିଗକୁ ବୁଲିପଡ଼ିଥିଲା । ଦୁର୍ଘଟଣା ସ୍ଥଳରେ ନିକଟରେ ଥିବା ଏକ ମିଠା ଦୋକାନ ସମ୍ମୁଖରେ ଜଣେ ବାଟୋଇ ଠିଆ ହୋଇଥିବା ବେଳେ କାର୍‌ଟି ତାଙ୍କ ଦେହରେ ବାଡ଼େଇ ହୋଇଯିବାରୁ ସେ ଆହତ ହୋଇଥିଲେ । କାର୍‌ଟି ସମ୍ପୂର୍ଣ୍ଣ ଭାବେ ଚେପା ହୋଇଯାଇଛି ।

ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ôଚ କାର ମଧ୍ୟରେ ଥିବା ୫ ଜଣଙ୍କୁ ଉଦ୍ଧାର କରିଥିଲେ । ଏପରିକି ଦମକଳ ବାହିନୀ କଟର ସାହାଯ୍ୟରେ କାର ଡୋର୍ କାଟି ଡ୍ରାଇଭର ସୁରେଶଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା । କାର୍ ମଧ୍ୟରେ ଥିବା ୫ ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା । ଏସ୍‌ସିବି ମେଡିକାଲରେ ପହଞ୍ôଚବା ପରେ ଡାକ୍ତର ଦୈତାରୀଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଦୀର୍ଘ ସମୟ ଧରି ରାସ୍ତାରେ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିଆର୍‌ଆର୍‌ଆଇ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଆହତମାନଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଛି । ପୁଲିସ ହାଇୱା ଟ୍ରକଟିକୁ ଜବତ ସହିତ ଘଟଣାର ତଦନ୍ତ କରୁଛି । ଟ୍ରକ୍‌ର ଚାଳକ ଘଟଣା ଫେରାର ରହିଛି । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking