15.1 C
Bhubaneswar
Monday, December 22, 2025
Homeଓଡିଶାପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ

ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ

କେନ୍ଦୁଝର : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ପୃଥକ୍ ପୃଥକ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଦୁର୍ଘଟଣା କ୍ରମରେ କେନ୍ଦେଇପଶି ରାଜନଗର ରାସ୍ତାର ଡେଣୁଆ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ସଦର ଥାନା ଦେଓବନ୍ଧ ଗ୍ରାମର ଫକୀର ନାଏକ (୪୮) ବୋଲି ଜଣାପଡିଛି। ସେ ଗତକାଲି ରାଜନଗର ରଥଯାତ୍ରା ଦେଖି ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତୁରୁମୁଙ୍ଗା ଥାନା ୧୬/୨୦୨୪ ମୂଳେ ଏକ ଦୁର୍ଘଟଣା ମାମଲା ରୁଜୁ କରି ସବ୍ ଇନ୍ସପେକ୍ଟର ରସାନନ୍ଦ ନାୟକ କେନ୍ଦୁଝର ଠାରେ ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ କରାଇଛନ୍ତି। ସେହିପରି ଗତରାତି ରାଜନଗର ନିକଟସ୍ଥ ନୂଆଗାଁ ନିକଟରେ ବାଇକ୍ ଦୁର୍ଘଟଣା ରେ କୋଡଖମଣ ଗ୍ରାମର ଚକ୍ରଧର ମହାରଣା (୫୪) ଙ୍କର ମୃତ୍ୟୁ ଘଟିଛି। ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇ ବାଇକ୍ ଚାଳକ ଅଭୟ ନାଏକ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି। ଏନେଇ ତୁରୁମୁଙ୍ଗା ଥାନା ଦୁର୍ଘଟଣା ମାମଲା ରୁଜୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking