ଭଞ୍ଜନଗର: ରାସ୍ତାକଡ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଡ୍ରାଇଭର ଦିବାକର ପାଆର(୪୦) ଏବଂ ହେଲପର ରାଜୁ କୁମେରେ(୨୨) । ଦୁହେଁ ମହାରାଷ୍ଟ୍ରର ମୁନାପାର୍କ ଜିଲ୍ଲା ମୁଗାହାବିଲ ଥାନା ଅନ୍ତର୍ଗତ ଖିନବାଲା ଗ୍ରାମର ଜଣାପଡିଛି । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ତାରାସିଙ୍ଗି-ଜାଡଧାର ରାସ୍ତାରେ ଘଟିଛି ଏଭଳି ଦୁର୍ଘଟଣା । ଗତ ବିଳମ୍ବିତ ରାତିରେ ମହାରାଷ୍ଟ୍ରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ପରିବା ବୋଝେଇ ଟ୍ରକଟି ରାସ୍ତା କଡ଼ରେ ଥିବା ଏକ ଶାଳଗଛରେ ପିଟି ହୋଇ ଓଲଟି ପଡିଥିଲା ।
ଖବରପାଇ ତାରାସିଙ୍ଗି ଥାନା ପୋଲିସ ପହଞ୍ଚି ଟ୍ରକ୍ ଭିତରେ ଚାପିହୋଇ ରହିଥିବା ଉଭୟ ଡ୍ରାଇଭର ଓ ଜଣେ ସହଯୋଗୀଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ତାରସିଂ ପୁଲିସ ପାଇବା ପରେ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ôଚ ଉଭୟ ମୃତ ଦେହକୁ ଜବତ କରିଛି । ତଦନ୍ତ କରି ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଛି । ଏହି ଘଟଣାକୁ ନେଇ ତାରସିଂ ଥାନାରେ ଏକ ମାମଲା ରୁଜୁ ହେଇଥିବା ଥାନାଧିକାରୀ ପ୍ରଦୀପ୍ତ କୁମାର ଦାଶଙ୍କ କହିଛନ୍ତି । ଶନିବାର ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି ।