18.1 C
Bhubaneswar
Monday, November 25, 2024
Homeଅପରାଧଯୋଗ ଶିଖାଉ ଥିବା ବେଳେ ମହିଳାଙ୍କୁ ଦୁର୍ବ୍ୟବହାର ଆଉ ତାପରେ ......

ଯୋଗ ଶିଖାଉ ଥିବା ବେଳେ ମହିଳାଙ୍କୁ ଦୁର୍ବ୍ୟବହାର ଆଉ ତାପରେ ……

ସିଙ୍ଗାପୁର : ସିଙ୍ଗାପୁରରେ ଜଣେ ଭାରତୀୟଙ୍କ ନାଁରେ ଅଭିଯୋଗ। ଏକ ଷ୍ଟୁଡିଓରେ ଯୋଗ ଶିଖାଉଥିବା ବେଳେ ୫ଜଣ ମହିଳାଙ୍କୁ  କରିଛନ୍ତି ଦୁର୍ବ୍ୟବହାର । ଏନେଇ ଏବେ ରୁଜୁ ହୋଇଛି ମାମଲା । ଚ୍ୟାନେଲ ନ୍ୟୁଜ୍‌ ଏସିଆର ଖବର ଅନୁସାରେ , ପୀଡ଼ିତାଙ୍କର ପରିଚୟ ଗୋପନ ରଖିବା ନେଇ ଏକ ଗ୍ୟାଗ୍‌ ଅର୍ଡର ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ ।

ଉଲ୍ଲେଖନୀୟଯେ, ଜୁନ୍‌ ୨୦୧୯ ଓ ଜୁଲାଇ ୨୦୨୦ ମଧ୍ୟରେ ଏକ ଯୋଗ ଷ୍ଟୁଡିଓରେ ୨୪ରୁ ୨୯ବର୍ଷ ବୟସର  ଦୁଇ ମହିଳାଙ୍କୁ ଅନୁଚିତ ଉପାୟରେ ସ୍ପର୍ଶ କରିବାର ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଛି । ପୁଲିସର ଏକ ପୂର୍ବବର୍ତ୍ତୀ ବୟାନ ଅନୁସାରେ , ବ୍ୟକ୍ତି କଥିତ ରୂପେ ଯୋଗ ଶିଖାଇବା ବେଳେ ପୀଡ଼ିତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ଅଭିଯୁକ୍ତ ଭିଡ଼ିଓ ଲିଙ୍କ୍ ଜରିଆରେ କୋର୍ଟରେ ଉପସ୍ଥିତ ହୋଇଥିଲେ ଏବଂ ତାଙ୍କୁ ୧୫,୦୦୦ସିଙ୍ଗାପୁର ଡଲାରରେ ଜାମିନ୍ ଦିଆଯାଇଛି । ମାମଲାର ଶୁଣାଣି ବର୍ତ୍ତମାନ ୧୪ ଡିସେମ୍ୱର ଯାଏ ସ୍ଥଗିତ ରଖା ଯାଇଛି । ସିଙ୍ଗାପୁରରେ ଦୁର୍ବ୍ୟବହାର ପାଇଁ ୨ବର୍ଷ ଯାଏ ଜେଲ ଦଣ୍ଡ , ଜରିମାନା , ବେତରେ ମାଡ଼ ମାରିବା ବା କୌଣସି  ଦୁଇଟି ଦଣ୍ଡ ଦେବାର ପ୍ରାବଧାନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking