ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ୪୦ ବର୍ଷୀୟା ଜଣେ ଆମେରିକୀୟ ମହିଳା (ଏନ୍ଆରଆଇ ଭାବେ ଭାରତରେ ଅବସ୍ଥାପିତ) ଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କୁ ତାଙ୍କରି କମ୍ପାନୀର ସିଇଓ (କାର୍ଯ୍ୟ ନିର୍ବାହୀ ଅଧିକାରୀ) ଦୁଷ୍କର୍ମ କରିଛନ୍ତି ।
ପୁଲିସ୍ ଅନୁସାରେ ଏହି ବିଦେଶୀ ମହିଳାଜଣକ ନୂଆଦିଲ୍ଲୀ ସ୍ଥିତ ଏକ ଘରୋଇ କମ୍ପାନୀରେ ଜଣେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଭାବେ ଦୀର୍ଘ ୩/୪ ବର୍ଷ ଧରି କାମ କରିଆସୁଛନ୍ତି । ତେବେ ତାଙ୍କୁ ତାଙ୍କ ସିଇଓ ଏକ ମିଟିଂରେ ଯୋଗଦେବା ପାଇଁ କହି ଏହି ୫ଷ୍ଟାର ହୋଟେଲ୍କୁ ଡାକିଥିଲେ । ଏଠାକୁ ଆସିବା ପରେ ସିଇଓ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ପୁଲିସ୍ ଏକ ଦୁଷ୍କର୍ମ ମାମଲା ରୁଜୁ ପୂର୍ବକ ମାମଲାର ତଦନ୍ତ ଆରମ୍ଭ କରିଛି ।