ନୂଆଦିଲ୍ଲୀ : ଆପଣ ନିଶ୍ଚୟ ବିଶ୍ୱର ଅନେକ ଲଟେରୀ ବିଜେତା ଙ୍କ ବିଷୟରେ ପଢିଥିବେ , କିନ୍ତୁ ଆବୁଧାବିରେ ଲକି ଡ୍ର ଜଣେ ବ୍ୟକ୍ତିଙ୍କ ଭାଗ୍ୟ ଖୋଲି ଦେଇଛି । ଆବୁଧାବିର ବିଗ୍ ଟିକେଟ୍ ଲକି ଡ୍ରରେ ସଫୱାନ୍ ନିଜାମେଦ୍ଦିନ ନାମକ ଜଣେ ବ୍ୟକ୍ତି ୧୫ ମିଲିୟନ୍ ଦିରହମ୍ ପୁରସ୍କାର ଜିତିଛନ୍ତି, ଯାହା ଭାରତୀୟ ଟଙ୍କା ୩୨ କୋଟିରୁ ଅଧିକ । ସଫୱାନ୍ ସେଣ୍ଟ କିଟ୍ସରୁ ଆସିଛନ୍ତି ଏବଂ ଗତ ଦୁଇ ବର୍ଷ ଧରି କ୍ରମାଗତ ଭାବରେ ଲଟେରୀ ଜିତିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଏଥର ସେ ଲକି ଡ୍ର ଉପରେ ଆତ୍ମବିଶ୍ୱାସୀ ହେଲେ ଏବଂ ଲକି ଡ୍ର ଜିତିଗଲେ । ସଫୱାନ୍ କହିଛନ୍ତି ଯେ ସେ ଗତ ଦୁଇ ବର୍ଷ ଧରି କ୍ରମାଗତ ଭାବରେ ପ୍ରତି ମାସରେ ଲଟେରୀ ଟିକେଟ୍ କିଣୁଥିଲେ କିନ୍ତୁ ଏଥର ଟିକେଟ୍ ନମ୍ବର ୦୧୧୮୩୦ ଥିଲା ଯାହା ତାଙ୍କୁ ବିଜେତା କରିଥିଲା ଜ୍ଝ ସେ କହିଥିଲେ, ଯେ ଏଥର ମୋର ବିଜୟ ଉପରେ ର ଆତ୍ମବିଶ୍ୱାସ ଅଛି କାରଣ ମୁଁ ଲଗାତାର ଦୁଇ ବର୍ଷ ପାଇଁ ଚେଷ୍ଟା କରୁଥିଲି। ଯେତେବେଳେ ଲଟେରୀ ଜିତିବା ପାଇଁ ସଫୱାନ୍ ଏକ କଲ ପାଇଲେ, ସେ ଟିକେଟ୍ ଅଧିକାରୀଙ୍କୁ କହିଥିଲେ ଯେ ଆପଣ ଏହାକୁ ବିଶ୍ୱାସ କରୁଛନ୍ତି କି ନାହିଁ, କିନ୍ତୁ ମୁଁ ନିଶ୍ଚିତ ଯେ ଆପଣଙ୍କ କଲ୍ ଆଜି ଆସିବ ଜ୍ଝ ଲଟେରୀର ବିଜେତା ସଫୱାନ୍ କହିଛନ୍ତି ଯେ, ସେ ଏହି ଟଙ୍କାକୁ ୩ ଜଣ ସନ୍ତାନଙ୍କ ଭରଣପୋଷଣ ପାଇଁ ଖର୍ଚ୍ଚ କରିବେ। ଭାଗ୍ୟଶାଳୀ ଡ୍ର ଉପରେ ସଫୱାନ୍ କହିଛନ୍ତି ଯେ ଏହା ମୋ ପାଇଁ ଆଶ୍ଚର୍ୟ୍ୟଜନକ ନୁହେଁ କାରଣ ମୁଁ ମୋର ବିଜୟ ଆଶା କରୁଥିଲି। ଏଥି ସହିତ, ସେ କହିଥିଲେ ଯେ ଫୋନ୍ କଲ ଆସିବା ସହିତ ମୁଁ ଅନୁଭବ କଲି ଯେ ମୁଁ ଲଟେରୀ ଜିତିଛି ଏବଂ ଏ ବିଷୟରେ ଜଣାଇବା ପାଇଁ ମୋତେ ଏହି କଲ ଆସିଛି।ବିଗ୍ ଟିକେଟ୍ ଲକି ଡ୍ରରେ ପ୍ରଥମ ବିଜେତାଙ୍କୁ ୧୫ ମିଲିୟନ୍ ଦିରହମ୍ ପୁରସ୍କାର ପ୍ରଦାନ କରାଯାଇଛି ଜ୍ଝ ଦ୍ୱିତୀୟ ବିଜେତା ଏକ ମିଲିୟନ୍ ଦିରହମ୍ ଏବଂ ତୃତୀୟ ଜଣକୁ ଏକ ଲକ୍ଷ ଦିରହମ୍ ମିଳିଥାଏ ଜ୍ଝ ଚତୁର୍ଥ ବିଜେତାଙ୍କୁ ୫୦ ହଜାର ଦିରହମ୍ ପୁରସ୍କାର ପ୍ରଦାନ କରାଯାଇଛି ଜ୍ଝ ବିଶେଷ କଥା ହେଉଛି ଏହି ଲଟେରୀର ଦ୍ୱିତୀୟ ବିଜେତା ହେଉଛନ୍ତି ଗ୍ରୋମାଜ୍ ଫ୍ରାନ୍ସିସ୍ ନାମକ ଜଣେ ଭାରତୀୟ ମୂଳ ନାଗରିକ ଜ୍ଝ ସେ ଲଟେରୀରେ ୨ କୋଟିରୁ ଅଧିକ ଟଙ୍କା ଜିତିଛନ୍ତି। ଭାରତୀୟ ମୂଳର ଅନ୍ୟ ଜଣେ ନାଗରିକ ମହମ୍ମଦ ଆଶ୍ରାଫ ୨୧ ଲକ୍ଷ ଜିତିଥିବାବେଳେ ଅନ୍ୟ ଜଣେ ଭାରତୀୟ ମଧ୍ୟ ଲଟେରୀରେ ୧୧ ଲକ୍ଷ ପୁରସ୍କାର ପାଇଛନ୍ତି।