20.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶନିଯୁକ୍ତି ପରୀକ୍ଷାରେ ଓଢ଼ଣୀ ମନା, ପୁଅମାନେ କରିବେନି ଇନ୍‌ସର୍ଟ

ନିଯୁକ୍ତି ପରୀକ୍ଷାରେ ଓଢ଼ଣୀ ମନା, ପୁଅମାନେ କରିବେନି ଇନ୍‌ସର୍ଟ

ବେଙ୍ଗାଲୁରୁ: କର୍ନାଟକ ପରୀକ୍ଷା ପ୍ରାଧିକରଣ (କେଏଏ) ବିଭିନ୍ନ ବୋର୍ଡ ଏବଂ ନିଗମର ନିଯୁକ୍ତି ପରୀକ୍ଷା ସମୟରେ ପରୀକ୍ଷା ହଲରେ ଥିବା ସମସ୍ତ ନିଯୁକ୍ତି ଆଶାୟୀଙ୍କ ପାଇଁ ମୁଣ୍ଡ ଆବରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ କେତେକ ସଂଗଠନର ବିରୋଧ ପରେ ପରୀକ୍ଷା ସମୟରେ ମଙ୍ଗଳସୁତ୍ର ଏବଂ ଗୋଡ ମୁଦି ପିନ୍ଧିବାକୁ ଅନୁମତି ଦିଆଯାଇଛି । ନଭେମ୍ବର ୬ରେ କର୍ନାଟକ ଜନସେବା ଆୟୋଗ ପରୀକ୍ଷା ପାଇଁ ହାଜର ହୋଇଥିବା ଜଣେ ମହିଳାଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବା ପୂର୍ବରୁ ତାଙ୍କ ମଙ୍ଗଳସୁତ୍ର ହଟାଇବାକୁ କୁହାଯାଇଥିଲା, ଯାହା ହିନ୍ଦୁତ୍ୱ ଗୋଷ୍ଠୀର ବିରୋଧ ପରେ କେଏଏ ବର୍ତ୍ତମାନ ମହିଳାମାନଙ୍କୁ ଏହା ପିନ୍ଧିବାକୁ ଅନୁମତି ଦେଇଛି । ପରୀକ୍ଷା ହଲରେ ମଙ୍ଗଳସୁତ୍ର ଏବଂ ଗୋଡ ମୁଦି ପିନ୍ଧିବାକୁ ଅନୂମତି ଥିବାବେଳେ ଅନ୍ୟ ଅଳଙ୍କାର ଉପରେ ନିଷେଧାଦେଶ ଜାରି ହୋଇଛି । ୧୮ ଓ ୧୯ ନଭେମ୍ବରରେ ସାରା ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ବୋର୍ଡ ଏବଂ ନିଗମର ବୈଠକ ପୂର୍ବରୁ ଏହି ଘୋଷଣା କରାଯାଇଛି ।

ଅକ୍ଟୋବର ମାସରେ କର୍ନାଟକ ସରକାର ପ୍ରତିଯୋଗିତାମୂଳକ ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ଏମ.ସି ସୁଧାକର ହିଜାବ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିବାକୁ ଅନୁମତି ଦେଇଥିଲେ । ତେବେ କିଛି ଛାତ୍ରୀଙ୍କ ଦ୍ୱାରା ବ୍ଲୁଟୁଥ ଡିଭାଇସ ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହି ପ୍ରତିବନ୍ଧକକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୧୧ ରେ ରାଜ୍ୟ ସରକାର ଏହି ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯେଉଁଥିରେ କାଲାବୁରାଗୀ ଏବଂ ୟାଦଗିର ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନେ କେଏଏ ଦ୍ୱାରା କରାଯାଇଥିବା ପରୀକ୍ଷାରେ ବ୍ଲୁଟୁଥ ଉପକରଣ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପରୀକ୍ଷା ଡ୍ରେସ କୋଡ ଅନୁଯାୟୀ, ଝିଅମାନଙ୍କୁ ହାଇ ହିଲ, ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବାକୁ କୁହା ଯାଇଥିବାବେଳେ ପୁଅମାନଙ୍କୁ ପ୍ୟାଣ୍ଟ ଏବଂ ହାଫ୍ ସ୍ଲିଭ ସାର୍ଟ ପିନ୍ଧିବାକୁ ଅନୁମତି ଦିଆଯାଇଛି । ସେମାନଙ୍କୁ ଇନ୍‌ସର୍ଟ ନ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking