33.1 C
Bhubaneswar
Saturday, October 5, 2024
Homeଓଡିଶାପୂଜା ମଣ୍ଡପକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୧୪୪ ଧାରା ଜାରି

ପୂଜା ମଣ୍ଡପକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୧୪୪ ଧାରା ଜାରି

ଭଦ୍ରକ : ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଗୋଷ୍ଠୀ ସଙ୍ଘର୍ଷ। ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡ଼ା ପଞ୍ଚାୟତର ବେଦପୁର ଗାଁରେ ଏଭଳି ଘଟଣା ଘଟିଛି। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଧାମନଗର ତହସିଲଦାର ଗତକାଲି ମଧ୍ୟରାତ୍ରୀରୁ ଆସନ୍ତା ୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି। ସୂଚନାନୁଯାୟୀ, ମଙ୍ଗଳବାର ଧାମନଗର ଥାନା ସୋହଡ଼ା ପଞ୍ଚାୟତର ବେଦପୁର ଗାଁର କ୍ଲବ ପାଖରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ଗଣେଶ ପୂଜା କରିବା ପାଇଁ ପୂଜା ମଣ୍ଡପ ନିର୍ମାଣ କରିବାକୁ ଆସିଥିଲେ। କ୍ଲବର ଯୁବକମାନେ ଏହାକୁ ବିରୋଧ କରିଥିଲେ।

ଫଳରେ ଏହାକୁ ନେଇ ସେଠାରେ ଗଣ୍ଡଗୋଳ ହୋଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା। ଖବର ପାଇ ପୋଲିସ ଏବଂ ତହସିଲଦାର ଘଟଣାସ୍ଥଳରେ ପହଁଚି ଥିଲେ। ହେଲେ ସେମାନଙ୍କ ଉପସ୍ଥିତିରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା। ତେଣୁ ତହସିଲଦାର ଭଦ୍ରକ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ସେଠାରେ ୧୪୪ ଧାରା ଜାରି କରାଯିବ ସହିତ ପୋଲିସ ମୁତୟନ କରାଯାଇଛି। ଗତକାଲି ମଧ୍ୟରାତ୍ରୀରୁ ଆସନ୍ତା ୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking