କୋଲକାତା : ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।
ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଦୁର୍ନୀତି ମାମଲାରେ ହାଜର ହେବାକୁ ତାଙ୍କୁ ସମନ୍ ଜାରି କରାଯାଇଥିଲା । ଅପରପକ୍ଷରେ ଅଭିଷେକ ଇଡି ଅଧିକାରୀଙ୍କ ନିକଟରେ ୬୦୦୦ ପୃଷ୍ଠା ସମ୍ବଳିତ ଜବାବ ଦାଖଲ କରିଥିବା କହିଛନ୍ତି ।