27.1 C
Bhubaneswar
Friday, July 5, 2024
Homeଅପରାଧରାଜସ୍ଥାନରୁ ଅପହରଣଦ; ହରିୟାଣାରେ ମିଳିଲା ୨ ମୁସଲିମ ଯୁବକଙ୍କ ମୃତଦେହ

ରାଜସ୍ଥାନରୁ ଅପହରଣଦ; ହରିୟାଣାରେ ମିଳିଲା ୨ ମୁସଲିମ ଯୁବକଙ୍କ ମୃତଦେହ

ଚଣ୍ଡିଗଡ: ହରିୟାଣାର ଭିବାନୀ ଜିଲ୍ଲାରେ ଏକ ବୋଲେରୋ ଭିତରୁ ଦୁଇ ଜଣ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ୨୫ ବର୍ଷୀୟ ନାସିର ଏବଂ ୩୫ ବର୍ଷୀୟ ଜୁନାଏଦ ଓରଫ ଜୁନା । ଦୁହେଁ ରାଜସ୍ଥାନ ଭରତପୁର ନିବାସୀ ହୋଇଥିବା ବେଳେ ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ଦୁଇ ଦିନ ତଳେ ଥାନାରେ ଅଭିଯୋଗ ହୋଇଥିଲା । ଅପହରଣର ଦିନକ ପରେ ଗତକାଲି ସକାଳେ ହରିୟାଣାରୁ ଏହି ଦୁଇ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ତେବେ ମୃତଦେହ ଥିବା ବୋଲୋରୋ ଗାଡିଟି ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବୁଧବାର ନାସିର ଓ ଜୁନାଏଦଙ୍କୁ ଅପହରଣ କରାଯାଇଥିଲା ।

ଏନେଇ ପରିବାର ଲୋକେ ଭରତପୁରର ଏକ ଥାନାରେ ଅଭିଯୋଗ କରିଥିଲେ । ଏହାର ଦିନକ ପରେ ଗୁରୁବାର ସକାଳ ସମୟରେ ହରିୟାଣା ଭିବାନୀ ଜିଲ୍ଲା ଲୋହାରୁ ଥାନା ଅଞ୍ଚଳରେ ଏକ ବୋଲେରା ଠାବ ହୋଇଥିଲା । ବୋଲେରୋ ଭିତରେ ଦୁଇ ଯୁବକଙ୍କ ଅର୍ଦ୍ଦଦଗ୍ଧ ମୃତଦେହ ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଉକ୍ତ ବୋଲେରୋ ଗାଡିଟି ଅସୀନ ଖାନ ନାମକ ଜଣେ ବ୍ୟକ୍ତିଙ୍କର ହୋଇଥିବା ଛାନଭିନରୁ ଜଣାପଡିଥିଲା । ଅସୀମ ମୃତ ଦୁଇ ଯୁବକଙ୍କ ସାଙ୍ଗ । ଏହାପରେ ପରେ ପୋଲିସ ମୃତକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା । ତେବେ ଏନେଇ ପୋଲିସ କହିଛି, ଅପହରଣକାରୀ ନାସିର ଓ ଜୁନାଏଦଙ୍କୁ ଅପହରଣ କରି ଏଠାକୁ ଆଣିବା ପରେ ବୁଧବାର ମଧ୍ୟରାତ୍ରିରେ ଗାଡି ସହ ଦୁହିଁଙ୍କ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ରାଜସ୍ଥାନ ପୋଲିସ ଏକ ଟିମ୍ ହରିୟାଣାରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking