ନୂଆଦିଲ୍ଲୀ: ରାଜନୀତି କ୍ଷେତ୍ରରେ ୧୦ ବର୍ଷର ଯାତ୍ରା ପରେ ଆମ୍ ଆଦମି ପାର୍ଟକୁ ମିଳିଛି ବଡ ସଫଳତା । ଜାତୀୟ ଦଳର ଏଲିଟ ଗ୍ରୁପରେ ସାମିଲ ହେବାର ମାନ୍ୟତା ପାଇଛି ଆପ୍ । ଏହି ମାନ୍ୟତା ଦଳର ରାଜନୈତିକ ଯାତ୍ରାକୁ ଆହୁରି ସହଜ କରିବା ସହିତ ପାର୍ଟିକୁ ଅନେକ ଫାଇଦା ମଧ୍ୟ ମିଳିପାରିବ । ରାଜଧାନୀରେ ଦିଲ୍ଲୀରେ ଦମଦାର ବିଜୟ ପରେ ଗୁଜୁରାଟରେ ୫ଟି ସିଟ ଏବଂ ହିମାଚଳ ପ୍ରଦେଶରେ ପରାଜୟ ବରଣ କରିଛି ଆମ୍ ଆଦମି ପାର୍ଟି । ତେବେଏହାପେର ପାର୍ଟିକୁ ଜାତୀୟ ଦଳ ଭାବରେ ମାନ୍ୟତା ମିଳିପାରିଛି । ତେବେ ଏହି ମାନ୍ୟତା ପାଇବା ପରେ ଏବେ ଆପ୍ କେଉଁ ଫାଇଦା ପାଇବ ଆସନ୍ତୁ ଜାଣିବା:-
୧- ରାଷ୍ଟ୍ରୀୟ ପାର୍ଟି ଭାବେ ସ୍ୱୀକୃତି ମିଳିବା ପରେ ଆପର ଦଳୀୟ ଚିହ୍ନ ଝାଡ଼ୁ ସ୍ଥାୟୀ ହୋଇଯିବ । ସାରା ଦେଶରେ ଝାଡ଼ୁ ଆପର ନିର୍ବାଚନୀ ଚିହ୍ନ ହେବ ।
୨- ଆପର ପ୍ରାର୍ଥୀମାନେ ଏବେ ବାଲାଟ / ଇଭିଏମ ଉପରେ ଦେଖାଦେବେ ।
୩- ଦେଶର ରାଜଧାନୀ ଦିଲ୍ଲୀରେ ଆପକୁ ଏକ ଅଫିସ ମିଳିବ ।
୪- ପୂର୍ବରୁ ଆପକୁ କିଛି ଅର୍ଥ ଖର୍ଚ୍ଚ କରି ଭୋଟର ଲିଷ୍ଟ ହାସଲ କରିବାକୁ ପଡ଼ୁଥିଲା । ମାତ୍ର ଏବେ ପ୍ରତ୍ୟେକ ରାଜ୍ୟର ଭୋଟର ଲିଷ୍ଟ ଦଳକୁ ମାଗଣାରେ ମିଳିବ ।
୫- ବର୍ତ୍ତମାନ ସୁଦ୍ଧା ଆପ ଜାତୀୟ ସ୍ତରରେ ୨୦ ଜଣ ତାରକା ପ୍ରଚାରକଙ୍କୁ ଲିଷ୍ଟରେ ସାମିଲ କରିପାରୁଥିଲା । ମାତ୍ର ଏବେ ଏହି ସଂଖା ବୃଦ୍ଧି ପାଇ ୪୦ରେ ପହଞ୍ଚିଯିବ ।
୬- ଆପକୁ ଏବେ ଜାତୀୟ ସ୍ତରରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପାଇଁ ରେଡିଓ ଓ ଟେଲିଭିଜନରେ ସମୟ ମିଳିପାରିବ ।
୭- ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଏବେ ସରକାରୀ ବାସଭବନ ମିଳିପାରିବ ।
୮- ଦଳର ନାମାଙ୍କନ ପତ୍ରରେ କେବଳ ଜଣେ ପ୍ରସ୍ତାବକଙ୍କ ଆବଶ୍ୟକତା ପଡ଼ିବ ।