19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଆଧାର-ପାନ୍ ଲିଙ୍କ୍ ଆଉ ୩ ମାସ ବଢ଼ିଲା

ଆଧାର-ପାନ୍ ଲିଙ୍କ୍ ଆଉ ୩ ମାସ ବଢ଼ିଲା

ନୂଆଦିଲ୍ଲୀ: ଆଧାର କାର୍ଡ ସହ ପାନ୍ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ଲିଙ୍କ୍ ଅବଧିକୁ କେନ୍ଦ୍ର ସରକାର ଆଉ ତିନି ମାସ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ସମୟସୀମା ଜୁନ୍ ୩୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ଏହା ସେପ୍ଟେମ୍ବର ୩୦କୁ ବୃଦ୍ଧି କରାଯାଇଛି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଚଳିତବର୍ଷ ତୃତୀୟ ଥର ପାଇଁ ଆଧାର-ପାନ୍ ଲିଙ୍କ୍ ଅବଧିକୁ ବୃଦ୍ଧି କରାଯାଇଛି । ଅବଧି ବୃଦ୍ଧି କରାଯିବା ଫଳରେ କୋଭିଡ୍ ପରିସ୍ଥିତିରେ ଆୟକର ଦାତାଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦତ୍ତ ୧୨ ସଂଖ୍ୟା ବିଶିଷ୍ଟ ଆଧାର କାର୍ଡ ଏକ ସ୍ୱତନ୍ତ୍ର ପରିଚୟପତ୍ର ହୋଇଥିବାବେଳେ ଆୟକର ବିଭାଗ ପକ୍ଷରୁ ପାନ୍ କାର୍ଡ ଇସ୍ୟୁ କରାଯାଇଥାଏ । କୌଣସି ଆର୍ôଥକ ନେଣଦେଣ କାରବାରରେ ପାନ୍ କାର୍ଡ ବ୍ୟବହାର ଜରୁରୀ ବିବେଚିତ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଆଧାର-ପାନ୍ ଲିଙ୍କ୍ କରିନଥିବେ, ତାହାହେଲେ ପାନ୍ କାର୍ଡ ଅଚଳ ହୋଇଯିବ ଏବଂ ଏଥିପାଇଁ ୧୦୦୦ ଟଙ୍କା ଜୋରିମାନା ବ୍ୟବସ୍ଥା ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking