35.1 C
Bhubaneswar
Thursday, March 5, 2026
Homeଅପରାଧକରମା ପୂଜା ଦେଖିବାକୁ ଆସିଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ

କରମା ପୂଜା ଦେଖିବାକୁ ଆସିଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ

ସୁନ୍ଦରଗଡ଼: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିରୋଧ ଜାରି ରହିଥିବା ବେଳେ ପୁଣି ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। କରମା ପୂଜା ଦେଖିବାକୁ ଆସିଥିବା ବେଳେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୩ ଜଣ ସଂପୃକ୍ତ ଥିବା କୁତ୍ରା ଥାନାରେ ଅଭିଯୋଗ ହୋଇଛି। ଏହି ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାଯାଇଛି। ସେମାନଙ୍କ ଘର ବୀରମିତ୍ରପୁର ଥାନା ରାଇବଗା ଅଞ୍ଚଳରେ ବୋଲି ଜଣାଯାଇଛି।

୧୬ ତାରିଖ ରାତିରେ ଯୁବତୀ ଜଣଙ୍କ ରାଜଗାଙ୍ଗପୁରକୁ କରମା ପୂଜା ଦେଖିବାକୁ ଆସିଥିଲେ। ଏହି ସମୟରେ ଯୁବତୀଙ୍କ ଜଣଙ୍କ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ୧୭ ତାରିଖରେ ପରିବାର ଲୋକେ କୁତ୍ରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking