32.1 C
Bhubaneswar
Friday, September 20, 2024
Homeଅପରାଧପ୍ରେମିକକୁ ଭରସା କରି ଗଣଦୁଷ୍କର୍ମର ଶିକାର ଯୁବତୀ

ପ୍ରେମିକକୁ ଭରସା କରି ଗଣଦୁଷ୍କର୍ମର ଶିକାର ଯୁବତୀ

ପାଟନା: ବିହାର ବେଗୁସରାଇରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ମାମଲାରେ ଯୁବତୀଙ୍କ ପ୍ରେମିକର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଉଭୟ ପ୍ରେମୀ ଯୁଗଳ ଘରୁ ପଳାଇ ବିବାହ କରିବାକୁ ଯୋଜନା କରିଥିଲେ । ପୂର୍ବ ଯୋଜନା ମୁତାବକ, ପୀଡିତା ଜଣକ ପ୍ରେମୀଙ୍କୁ ଭରସା କରି ତାଙ୍କ ନିକଟକୁ ଆସିଥିଲେ । ବେଗୁସରାଇରେ ପହଞ୍ଚିବା ପରେ ପ୍ରେମିକଙ୍କୁ ସାଙ୍ଗମାନଙ୍କ ସହ ଦେଖିବାକୁ ପାଇଥିଲେ ପୀଡିତା । ତେବେ ଅଭିଯୁକ୍ତ ଯୁବକ ଜଣକ ଅନ୍ୟମାନଙ୍କ ଠାରୁ ଟଙ୍କା ନେଇ ନିଜ ପ୍ରେମିକାକୁ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଥିଲା । ପୀଡିତାଙ୍କ ବୟାନ ଅନୁସାରେ, ବେଗୁସରାଇ ସ୍ଥିତ ପାରିହାରାର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ଏହି ସମୟରେ ସେ ନିଜ ଘରୁ ପଳାଇ ବିବାହ ଉଦ୍ଦେଶ୍ୟରେ ବେଗୁସରାଇରେ ପହଞ୍ଚିଥିଲେ । ହେଲେ ବିଳମ୍ବିତ ରାତିରେ ତାଙ୍କ ପ୍ରେମିକ ଏକ ଅଜ୍ଞାତ ସ୍ଥାନକୁ ତାଙ୍କୁ ନେଇଯାଇଥିଲେ । ସେଠାରେ ୫ ପୁଅ ସେଠାରେ ଉପସ୍ଥିତ ଥିଲେ ।

ସେମାନଙ୍କ ଠାରୁ ଟଙ୍କା ନେବା ପରେ ସେ ବଳପୂର୍ବକ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପୀଡିତାଙ୍କୁ ବାଧ୍ୟ କରିଥିଲେ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ପାଖାପାଖି ୧୨ଟା ସମୟରେ ପୀଡିତା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ଯୁବତୀ ଜଣକ ବେଗୁସରାଇ ଆସିଥିବା ନେଇ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଖାଲି ସେତିକି ନୁହେଁ, ଏହି ମାମଲାରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ପୋଲିସ । ବେଗୁସରାଇ ଏସପି କହିଛନ୍ତି, “ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଏବଂ ତାଙ୍କର ଦୁଇ ବନ୍ଧୁଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୀଡିତାଙ୍କ ବୟାନ ରେକର୍ଡ ହୋଇଥିବାବେଳେ ସେମାନଙ୍କୁ ପଚରାଉଚରା କରାଯାଉଛି । ଏହାସହ ପୀଡିତାଙ୍କ ଚିକିତ୍ସା ମଧ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking