22.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶହିନ୍ଦୁ କହି ଯୁବତୀଙ୍କ ପ୍ରେମଜାଲରେ ଫସାଇଲେ ମୁସଲିମ ଯୁବକ; ତା’ପରେ କ’ଣ ହେଲଶ ପୁରା ଘଟଣା...

ହିନ୍ଦୁ କହି ଯୁବତୀଙ୍କ ପ୍ରେମଜାଲରେ ଫସାଇଲେ ମୁସଲିମ ଯୁବକ; ତା’ପରେ କ’ଣ ହେଲଶ ପୁରା ଘଟଣା ଜାଣନ୍ତୁ….

ଗାନ୍ଧୀନଗର: ପ୍ରେମ ପାଇଁ ନିଜକୁ ହିନ୍ଦୁ ସଜାଇଲେ ମୁସଲିମ ଯୁବକ । ଆଉ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିବା ଅଭିଯୋଗ ହୋଇଛି । ଯେତେବେଳେ ଯୁବତୀଙ୍କ ହାତରେ ଅଭିଯୁକ୍ତର ଆଧାର କାର୍ଡ ଲାଗିଥିଲା ସେତେବେଳେ ପ୍ରକୃତ ପରିଚୟ ସାମନାକୁ ଆସିଛି । ଏଭଳି ଘଟଣା ଗୁଜୁରାଟ ସୁରଟ ଅଞ୍ଚଳରେ ଦେଖିବାକୁ ମିଳିଛି । ଯୁବକଙ୍କ ପ୍ରକୃତ ପରିଚୟ ଜାଣିବା ପରେ ଯୁବତୀ ଜଣକ ବେସୁ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ପୋକ୍ସୋ ଆକ୍ଟର ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।

ଉଭୟ ବିଜନେସ ପାର୍ଟନର ବୋଲି ମଧ୍ୟ ଜଣାପଡ଼ିଛି । ଅଭିଯୁକ୍ତ ଜଣକ ପ୍ରଥମେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଗଢିଥିଲେ । ଉଭୟ ଇଭେଣ୍ଟ ମ୍ୟାନଜମେଣ୍ଟ ପାଇଁ କାମ କରୁଥିବା ବେଳେ ପରସ୍ପରକୁ ଜାଣିଥିଲେ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯେତେବେଳେ ଇଭେଣ୍ଟ ମ୍ୟାନଜମେଣ୍ଟର କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନକୁ ସିଫ୍ଟ ହେବାର ଥିଲା ସେତେବେଳେ ଯୁବତୀଙ୍କୁ ଅଭିଯୁକ୍ତର ଆଧାର କାର୍ଡ ମିଳିଥିଲା । ଯୁବତୀ ନିଜ ବୟଫ୍ରେଣ୍ଡର ପ୍ରକୃତ ପରିଚୟ ପାଇବା ପରେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ଏହାପରେ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି । ଘଟଣା ନେଇ ବେସୁ ଥାନା ପୋଲିସ ଇନିସପେକ୍ଟର ଏମସି ୱାଲା କହିଛନ୍ତି, ” ଗତ ୧୦ ତାରିଖରେ ପୀଡ଼ିତା ଯୁବତୀ ବେସୁ ଥାନାରେ ବାସୁ ବାଲାଡ଼ିଆ ଯାହାର ପ୍ରକୃତ ନାମ ୱସିମ ଅକରମ ୱାହିମ ବିରୋଧରେ ଅଭିଯୋଗ କରିଥିଲେ । ସେ ଉଧନାଠାରେ ରହିଥାଏ । ସେ ପ୍ରଥମେ ପୀଡ଼ିତାଙ୍କୁ ପ୍ରେମଜାଲରେ ଫସାଇବା ପରେ ଶାରୀରିକ ସମ୍ପର୍କ ରଖିଥିଲେ । ଅଭିଯୁକ୍ତକୁ ଗିରଫ କରାଯାଇଛି । ଆଧାର କାର୍ଡରୁ ଅଭିଯୁକ୍ତର ପ୍ରକୃତ ପରିଚୟ ମିଳିଥିବା ବେଳେ ଏହି ପ୍ରମାଣ ପତ୍ରକୁ ମଧ୍ୟ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking