ଭୁବନେଶ୍ୱର: ସ୍କୁଲ ଛାତ୍ରୀଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡିଲେ । ଶେଷରେ ସେ ବନ୍ଧା ହୋଇ ଜେଲ ଗଲେ । ଜେଲ ଯାଇଥିବା ଯୁବକ ଜଣଙ୍କ ହେଲେ ବି. ଆନନ୍ଦ । ତାଙ୍କ ଘର ହାତୀଆଶୁଣୀ ସାଲିଆସାହିରେ । ସୂଚନାଯୋଗ୍ୟ ଯେ, ଘଟଣା ଦିନ ଅଭିଯୋଗକାରୀ ଜଣକ ନିଜ ଝିଅକୁ ସ୍କୁଲକୁ ଛାଡିବା ନିମନ୍ତେ ଯାଉଥିଲେ । ଏହି ସମୟରେ ଅଭିଯୁକ୍ତ ତାଙ୍କ ଝିଅକୁ ଲକ୍ଷ କରି ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ସହିତ ଖରାପ କମେଣ୍ଟ ପାସ କରିଥିଲେ । ଅଭିଯୋଗକାରୀ ଝିଅକୁ ଏ ବିଷୟ ନେଇ ପଚାରିବାରୁ ଜଣା ପଡିଥିଲା ଯେ, ଅଭିଯୁକ୍ତ ଜଣକ ଗତ ତିନିଦିନ ଧରି ନିୟମିତ ଭାବେ ତାଙ୍କ ଝିଅଙ୍କ ପ୍ରତି ଏହିଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି । ଏନେଇ ଅଭିଯୋଗକାରୀ ଜଣକ ମୈତ୍ରୀବିହାର ଥାନାରେ ଅଭିଯୋଗକରିବାରୁ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଳାଣ କରିଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ ।