23.1 C
Bhubaneswar
Thursday, November 14, 2024
Homeଦେଶ ବିଦେଶଅନ୍ୟ ଧର୍ମରେ ପ୍ରେମ କରି ଫସିଲେ ଯୁବକ

ଅନ୍ୟ ଧର୍ମରେ ପ୍ରେମ କରି ଫସିଲେ ଯୁବକ

ବୁଲନ୍ଦସହର: ଅନ୍ୟ ଧର୍ମର ଝିଅକୁ ପ୍ରେମ କରିବା ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଜଣେ ଯୁବକ ପାଇଁ ମହଙ୍ଗା ପଡ଼ିଛି । ଯୁବତୀର ଘର ଲୋକେ ଉକ୍ତ ଯୁବକକୁ ଘରକୁ ଡାକି ଜବରଦସ୍ତି ତାହାର ‘ଖତନା’ କରି ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିଛନ୍ତି । ସୂଚନା ଅନୁସାରେ, ବୁଲନ୍ଦସହର ଜିଲ୍ଲାର ଗୁଲାବତୀ ଗାଁର ଜଣେ ଯୁବକ ନୋଏଡାର ଫେଜ୍ ୨ରେ କାମ କରୁଥିଲେ। ଏଠାରେ ତାଙ୍କର ଅନ୍ୟ ସମ୍ପ୍ରଦାୟର ଜଣେ ଯୁବତୀଙ୍କ ସହ ବନ୍ଧୁତା ହୋଇଥିଲା। ପରେ ବନ୍ଧତା ପ୍ରେମରେ ବଦଳିଗଲା । ଯୁବତୀ ଜଣକ ଏସଂପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଜୁଲାଇ ୨୧ ତାରିଖରେ ଯୁବତୀଙ୍କ ପରିବାରଲୋକ ଯୁବକଙ୍କୁ କଥାବାର୍ତ୍ତା ପାଇଁ ନିଜ ଘରକୁ ଡାକିଥିଲେ।

ଯୁବକ ନିଜ ପ୍ରେମିକାଙ୍କ ଘରେ ପହଞ୍ଚି ଦେଖିଲେ ଯେ ସେଠାରେ ପୂର୍ବରୁ ହିଁ ଜଣେ ଡାକ୍ତରଙ୍କ ସମେତ ୪-୫ ଜ​ଣ ପ୍ରସ୍ତୁତ ହୋଇ ରହିଛନ୍ତି । ସେମାନେ ଯୁବକକୁ ବଳପୂର୍ବକ ଧରି ତାଙ୍କୁ ଏକ ନିଶା ଇଂଜେକ୍ସନ ଦେଇଥିଲେ । ସେ ବେହୋସ ହେବା ପରେ ଖତନା କରିଦେଇଥିଲେ । ଏହାପରେ ସେମାନେ ତାଙ୍କୁ ଧର୍ମପରିବର୍ତ୍ତନ ପାଇଁ ଚାପ ପକାଇଥିଲେ । ଖାଲି ସେତିକି ନୁହେଁ, ଏହା ପରେ ଯୁବକଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଯୁବକଙ୍କ ଉପରେ ଏପରି ଅତ୍ୟାଚାର ଚାଲିଥିବାବେଳେ ଯୁବତୀଜଣକ ଯୁବକଙ୍କ ପରିବାରକୁ ଫୋନ କରି ଜଣାଇଦେଇଥିଲେ । ଏହାପରେ ଯୁବକଙ୍କ ପରିବାରଲୋକେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଯୁବକ ପୁଲିସରେ ଏକ ମାମଲା ଦାୟର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking