28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶମହିଳାରୁ ପୁରୁଷ ପାଲଟିଥିବା ବ୍ୟକ୍ତି ହେଲେ ଗର୍ଭବତୀ

ମହିଳାରୁ ପୁରୁଷ ପାଲଟିଥିବା ବ୍ୟକ୍ତି ହେଲେ ଗର୍ଭବତୀ

କେରଳ: କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର ଦମ୍ପତିଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଦମ୍ପତି ଜିୟା ଓ ଜହାଦ ବାପା ମା’ ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି ଜିୟା ଜହାଦ ।ମାର୍ଚ୍ଚ ମାସରେ ସେମାନଙ୍କ ପିଲା ଦୁନିଆକୁ ଆସିବ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଜହାଦ ଜଣେ ପୁରୁଷ ହୋଇଥିବା ବେଳେ ତାଙ୍କ ଗର୍ଭରେ ଶିଶୁ ବଢ଼ୁଛି । ଏହି ଘଟଣା ଦେଶରେ ପ୍ରଥମ । ତେଣୁ ନିଜେ ହିଁ ଶିଶୁଟିର ଉଭୟ ବାପା ଓ ମା’ ବୋଲି କହିଛନ୍ତି ଜହାଦ । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ତେବେ ଜିୟା ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହା ଜଣାଇଛନ୍ତି । ଜହାଦ ଝିଅ ରୂପେ ଜନ୍ମ ହୋଇଥିବା ବେଳେ ଲିଙ୍ଗ ପରିବର୍ତ୍ତନ ପରେ ସେ ପୁରୁଷ ପାଲଟି ଯାଇଥିଲେ। ସେହିପରି ଜିୟା ପୁଅ ରୂପେ ଜନ୍ମ ହୋଇଥିଲେ ବି ପରବର୍ତ୍ତୀ ସମୟରେ ମହିଳା ହୋଇ ଯାଇଥିଲେ। ପରସ୍ପରକୁ ଭଲ ପାଉଥିବାରୁ କାହାକୁ ଖାତିର ନ କରି ଉଭୟ ଲିଙ୍ଗ ପରିବର୍ତ୍ତନ କରି ପରସ୍ପରଙ୍କୁ ବିବାହ କରିଥିଲେ। ତେବେ ଜିୟା ଜଣେ ଡ୍ୟାନ୍ସର ହୋଇଥିବା ବେଳେ ଜହାଦ ଏକ ଘରୋଇ କମ୍ପାନୀରେ ଜଣେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ତେବେ ପୁରୁଷ ହେବା ପରେ ସର୍ଜରୀ ପରେ ତାଙ୍କ ଗର୍ଭାଶୟ ଏବଂ କିଛି ଅନ୍ୟ ଅଙ୍ଗକୁ ହଟାଯାଇନଥିଲା ।

ବିବାହର କିଛି ବର୍ଷ ପରେ ଦୁହେଁ ମାତାପିତା ହେବାକୁ ମନ ବଳାଇଥିଲେ । ଆଉ ଏକ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ସ୍ଥିର କରିଥିଲେ । କିନ୍ତୁ ଉଭୟ ଟ୍ରାନ୍ସଜେଣ୍ଡର କପଲ୍ ହୋଇଥିବାରୁ ପୋଷ୍ୟ ଶିଶୁ ଗ୍ରହଣ କରିବା ସେମାନଙ୍କ ଅନେକ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଲା।

ଏଥିରେ ବିରକ୍ତି ହୋଇ ଜହାଦ ଜଟିଳ ଅସ୍ତ୍ରୋପଚାର କରି ଝିଅରୁ ପୁଅ ପାଲଟିଥିଲେ। ଅସ୍ତ୍ରୋପଚାର ସମୟରେ ଜହାଦଙ୍କ ସ୍ତନକୁ ବାହାର କରି ଦିଆଯାଇଥିବା ବେଳେ ତାଙ୍କ ଗର୍ଭାଶୟ ଏବଂ ଅନ୍ୟ କିଛି ଆଭ୍ୟନ୍ତରୀଣ ଅଙ୍ଗକୁ ଶରୀରରୁ ବାହାର କରାଯାଇ ନ ଥିଲା। ତେଣୁ ସେ ଗର୍ଭବତୀ ହୋଇପାରିବେ ବୋଲି ଜିୟା ତାଙ୍କୁ ଗର୍ଭଧାରଣ ପାଇଁ କହିଥିଲେ । ଆଉ ପରେ ସେମାନେ କୋଝିକୋଡି ସରକାରୀ ମେଡିକାଲ କଲେଜ ହସପିଟାଲର ଡାକ୍ତରଙ୍କ ସହାୟତାରେ ଏଭଳି ପଦକ୍ଷେପ ନେଇଥିଲେ ।

ପିଲାର ଲାଳନ ପାଳନ ନିମନ୍ତେ ଜହାଦ ଓ ଜିୟା ପୂର୍ବରୁ ସବୁ ପ୍ଲାନିଂ କରି ସାରିଲେଣି। ଏପରିକି ଏଥିନିମନ୍ତେ ସେମାନେ ମିଲ୍କ ବ୍ୟାଙ୍କ ସହ ବି ଯୋଗାଯୋଗ କରିଛନ୍ତି। ପିଲାଟି ଜନ୍ମ ହେବା ପରେ ତାକୁ ସେମାନେ ମିଲ୍କ ବ୍ୟାଙ୍କରୁ କ୍ଷୀର ଆଣି ଦେବାକୁ ସ୍ଥିର କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking