29.1 C
Bhubaneswar
Wednesday, July 3, 2024
Homeଦେଶ ବିଦେଶଦୁର୍ବ୍ୟବହାର ମାମଲାରେ ଜଣେ ମହିଳା ଏଫଆଇଆର ରୁଜୁ କରିଥିଲେ, ହେଲେ କୋର୍ଟ ଶୁଣାଇଲେ ଏପରି ରାୟ....

ଦୁର୍ବ୍ୟବହାର ମାମଲାରେ ଜଣେ ମହିଳା ଏଫଆଇଆର ରୁଜୁ କରିଥିଲେ, ହେଲେ କୋର୍ଟ ଶୁଣାଇଲେ ଏପରି ରାୟ….

ଚଣ୍ଡିଗଡ଼: ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁର୍ବ୍ୟବହାର ମାମଲାରେ ଜଣେ ମହିଳା ଏଫଆଇଆର ରୁଜୁ କରିଥିଲେ । ହେଲେ ଏହା ଉପରେ ହରିଆଣା ଓ ପଞ୍ଜାବ ହାଇକୋର୍ଟ ଶୁଣାଣି କରିବା ପରେ ମହିଳା ଜଣଙ୍କ ମଥ୍ୟା ଅଭିଯୋଗ ଆଣିଥିବା ପ୍ରମାଣ ହୋଇଥିଲା । ହାଇକୋର୍ଟ ଉକ୍ତ ମହିଳା ଜଣଙ୍କ କରିଥିବା ଅଭିଯୋଗକୁ ମିଥ୍ୟା କହିବା ସହ ବର୍ତ୍ତମାନ ମିଥ୍ୟା ଅଭିଯୋଗର ଟ୍ରେଣ୍ଟ ଚାଲିଛି ବୋଲି କହିଛନ୍ତି । ଏହି ମାମଲାରେ ବିଚାରପତି ମିଥ୍ୟା ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ଏକ ଲକ୍ଷ ଟଙ୍କାର ଫାଇନ ଲଗାଇଛନ୍ତି ।

ବରୁଣ ବଗ୍ଗା ବନାମ ପଞ୍ଜାବ ସରକାରଙ୍କ ମାମଲାରେ ବିଚାରପତି ଆଲୋକ ଜୈନ କହିଛନ୍ତି, ପ୍ରଥମେ ମହିଳା ଜଣଙ୍କ ସର୍ବସାଧାରଣ ସ୍ଥାନରେ ସେହି ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ । ହେଲେ ସେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୁର୍ବ୍ୟବହାର କରିଥିବା ଏଫଆଇର ଦେଇଥିଲେ । ଏହାପରେ ସେ ବୁଝାମଣା କରିବା ପାଇଁ ରାଜି ହୋଇଥିଲେ । ବିଚାରପତି କହିଛନ୍ତି ଯେ ଏମିତି ଲାଗୁଛି ଯେମିତି ମହିଳା ଜଣଙ୍କ ଆଇନ ସହ ଖେଳୁଛନ୍ତି । ବିଚାରପତି ଆଲୋକ ଜୈନ କହିଛନ୍ତି ଯେ ସବୁ ବ୍ୟବସ୍ଥା ଜନତାଙ୍କ ପଇସାରେ ଚାଲିଛି । ଏପରି ଲୋକଙ୍କ ମଥ୍ୟା ଅଭିଯୋଗରେ ପୁଲିସ ଓ ଆନ୍ଦୋଳନକାରୀ ବିନା କାରଣରେ ହଇରାଣ ହେଉଛନ୍ତି । ଏପରି ଲୋକମାନେ ନିଜ ଇଗୋ ପାଇଁ ମାମଲା ରୁଜୁ କରିଥାନ୍ତି ଏବଂ ନିଜ ସୁବିଧାରେ ବୁଝାମଣା କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking