23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଇମ୍ରାନ ଖାନଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

ଇମ୍ରାନ ଖାନଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ରିପୋର୍ଟ ଅନୁଯାୟୀ ସୋମବାର ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ଖାତୁନ୍ ଜଜ୍ ଜେବା ଚୌଧୁରୀଙ୍କୁ ଧମକ ଦେବା ମାମଲାରେ ସିଭିଲ୍ ଜଜ୍ ଜିଲ୍ଲା ସେସନ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ପାକିସ୍ତାନ ତେହେରିକ-ଇ-ଇନସାଫ ଅଧ୍ୟକ୍ଷ ଇମ୍ରାନ ଖାନ ଆଜି କୋର୍ଟରେ ହାଜର ହେବାର ଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ ଇମ୍ରାନ ଖାନ କୋର୍ଟରେ ଉପସ୍ଥିତି ଛାଡ଼ କରିବା ପାଇଁ ଅନୁରୋଧ କରିଥିଲେ ।

ରିପୋର୍ଟ ଅନୁଯାୟୀ କୋର୍ଟ ଇମ୍ରାନ ଖାନଙ୍କ ଏହି ଆବେଦନକୁ ଖାରଜ କରି ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଏହା ସହ ମାର୍ଚ୍ଚ ୨୯ରେ ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ଇମ୍ରାନ ଖାନ ତାଙ୍କ ସହାୟକ ଶାହବାଜ ଗିଲଙ୍କ ସହ ଏକ ରାଜନେତିକ ରାଲି କରିଥିଲେ ଏବଂ ତାଙ୍କୁ ଜେଲରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ । ସେହି ଅଭିଭାଷଣରେ ଇମ୍ରାନ ଖାନ ବିଚାରପତି ଜେବା ଚୌଧୁରୀଙ୍କୁ ଧମକ ଦେଇ କହିଥିଲେ ଯେ, ସେ ନିଜକୁ ପ୍ରସ୍ତୁତ ରଖିବା ଉଚିତ୍‌, କାରଣ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇମ୍ରାନ ଖାନଙ୍କ ଏହି ମନ୍ତବ୍ୟ ପରେ ତୁରନ୍ତ ବିଚାରପତିଙ୍କୁ ଧମକ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking