20.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶତିନି ମାସର ଶିଶୁକୁ ଅପହରଣ କଲା ବାପା

ତିନି ମାସର ଶିଶୁକୁ ଅପହରଣ କଲା ବାପା

ୟୁପି: ନିଜ ପିଲାକୁ ଅପହରଣ କଲା ନୃଶଂସ ବାପା । ଦିନ ଦ୍ୱିପ୍ରହରେ ତିନିମାସ ର ଶିଶୁ  କୁ ଅପହରଣ । ଏଭଳି ଘଟଣା ଘଟିଛି ଉତରପ୍ରଦେଶ ର ଜନପଦ ମୁଜାଫରନଗର ରେ । ବାଗପତ ର ତବେଲା ଗାଁ ରେ ରହୁଥିବା ନିଶା ଗତ ସୋମବାର ଦିନ ନିଜର ତିନି ମାସ ର ଶିଶୁ କୁ ନେଇ ଭାଇର ଘରକୁ ଯିବା ପାଇଁ ବାହାରିଥିଲା । ଇ-ରିକ୍ସା କୁ ଅପେକ୍ଷା କରିଥିବା ସମୟରେ ବାଇକରେ ତିନିଜଣ ଯୁବକ ଆସି ଶିଶୁ କୁ ଛଡାଇ ନେଇଥିଲେ । ଶିଶୁ ଟିକୁ ନେଉଥିବା ସମୟରେ ସେହି ବ୍ୟକ୍ତି ମାନଙ୍କ ସହ ଝଗଡା ମଧ୍ୟ ହୋଇଥିଲା । ନିଶା କୁ ଧକ୍କା ଦେଇ ଅପହରଣକାରୀ ଯୁବକ ମାନେ ଶିଶୁ ଟିକୁ ଛଡାଇ ନେଇଥିଲେ । ତେବେ ଏ ନେଇ ନିଶା ନିଜ ଭାଇ ସହ ପୁଲିସ ପାଖରେ ପହଁଚି ଥିଲା । ପୁଲିସ କୁ ସବୁ ଜଣାଇବା ପରେ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ନିଶାଙ୍କ ଅଭିଯୋଗ ରହିଥିଲା ତାଙ୍କ ସ୍ୱାମୀ ଆସି ନିଜ ଦୁଇ ଭାଇଙ୍କ ସହ ଆସି ଶିଶୁ ଟି କୁ ଅପହରଣ କରି ନେଇଥିଲେ । ଏହା ସହ ଆହୁରି କହିଥିଲେ କି ଗତ ୧ ମାସ ଧରି ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ଭଲ ନାହିଁ । ଯେଉଁଥିପାଇଁ ନିଶା ନିଜ ପୈତୃକ ଘରେ ରହୁଛି । ତେବେ ମହିଳା ଙ୍କ ଅଭିଯୋଗ ପରେ ପୁଲିସ ନିଶାଙ୍କ ସ୍ୱାମୀଙ୍କ ସହ ଅନ୍ୟ ୨ ଜଣଙ୍କୁ ଗିରଫ କରିବା ସହ ଶିଶୁ ଟିକୁ ମୁକୁଳାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking