ଭୁବନେଶ୍ୱର : ଗତ କାଲି ପୁରୀରେ ଆଡପ ବିଜେ ପହଣ୍ଡି ବେଳେ ବଡ ଠାକୁର ଶ୍ରୀ ବଳଭଦ୍ର ଚାରମାଳରେ ପଡି ଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ । ସେ କହିଛନ୍ତି ଯେ ଯେଉଁ ଅଘଟଣ ଘଟିଲା ସେବାୟତ ଭାଇମାନେ ସେଥିରୁ ଯାହା ଶିକ୍ଷିବା କଥା ଶିକ୍ଷିଛନ୍ତି ଏବଂ ପର୍ନବାର ଯେମିତି ଏଭଳି ନହୁଏ ସେଥିପାଇଁ ସେମାନେ ଯତ୍ନ ନେବେ । ତେବେ କେତେ ଗୁଡିଏ ମୂଳ କାରଣ ରହୁଛି ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ଗଜପତି ମହାରାଜ କରିଛନ୍ତି । ତେବେ ପହଣ୍ଡି ସମୟରେ ଅଧିକ ସଂଖ୍ୟକ ସେବକ ଓ ରଥ ଉପରେ ଅଧିକ ସଂଖ୍ୟକ ସେବକ ଯୋଗୁ ଏଭଳି ହେଲା ତେବେ ଏ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ନିଳାଦ୍ରି ବିଜେ ପରେ ପରେ ମ୍ୟନେଜିଂ କମିଟି ଏ ବିଷୟରେ ବିଷେଶ ଭାବେ ଆଲୋଚନା କରିକି ଆଗାମୀ ରଥ ଯାତ୍ରାରେ ଯେପରି ଏଭଳି ପରିସ୍ଥିତି ନହୁଏ ତା ପାଇଁ ନିର୍ଦ୍ଧିଷ୍ଟ ନିଷ୍ପତ୍ତି ନେବେ । ନିଶ୍ଚିତ ଭାବରେ ଏହାର ଯାଞ୍ଚ ହେବ । ଯାଞ୍ଚ ପାଇଁ ତିନି ଜଣିଆ କମିଟି ଗଠନ ହେବ ବୋଲି ଗଜପତି ମହାରାଜ କହିଛନ୍ତି । ଡ୍ରୋନ୍ ଓ ଅନ୍ୟ ଭିଡିଓ ଫୁଟେଜକୁ ଯାଞ୍ଚ କରାଯିବ । କମିଟିରେ ଉନ୍ନୟନ ପ୍ରଶାସକ , ଏ ଡି ଏମ ,ଡେପୁଟି ସୁପରିଟେଣ୍ଡେଣ୍ଟ ରହିବେ । ନୀଳାଦ୍ରି ବିଜେର ୧୦ ଦିନ ଭିତରେ କମିଟି ରିପୋର୍ଟ ଦେବ ।