29.1 C
Bhubaneswar
Sunday, October 20, 2024
Homeଓଡିଶାକଲବଲ କରୁଛି ଘନ କୁହୁଡି

କଲବଲ କରୁଛି ଘନ କୁହୁଡି

ଭୁବନେଶ୍ବର: ରାଜ୍ୟକୁ ଫେରିଛି ଶୀତ । ଉପାନ୍ତରୁ ଉପକୂଳ ସବୁଠି ପାରଦ ଖସିଛି। ସୋମବାର ରାଜ୍ୟର ୧୨ଟି ସହର ୧୩ ଡିଗ୍ରୀ ତଳେ ରହିଛି। ସୁନ୍ଦରଗଡର ତାପମାତ୍ରା ୮ ଡିଗ୍ରୀକୁ ଖସିଆସିଛି। ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ଶୀତ ବଢିଥିବା ପାଣିପାଗ ବିଭାଗ କହିଛି।

ବାୟୁ ମଣ୍ଡଳରେ ଜଳୀୟ ବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି।ଅନ୍ୟପଟେ  ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୪ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking