ବାରମୂଳା: ଜମ୍ମୁ-କଶ୍ମୀରର ବାରମୂଳା ଜିଲ୍ଲାରେ ଶନିବାର ସେନା ଏବଂ ପୁଲିସ୍ ଟିମ୍ ସହିତ ଏନ୍କାଉଣ୍ଟର୍ରେ ଜଣେ ଆତଙ୍କବାଦୀ ନିହତ ହୋଇଛି । କରେରୀ ଅଞ୍ଚଳର ବାନୀଗାମ୍ ବାଲାରେ ଆତଙ୍କବାଦୀ ଲୁଚିଥିବା ସୂଚନା ପୁଲିସକୁ ମିଳିଥିଲା । ଏହାପରେ ପୁଲିସ୍ ଏବଂ ସେନା ଯବାନଙ୍କ ଏକ ଟିମ୍ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଫାୟାରିଂ ହୋଇଥିଲା । ଜବାବୀ ଫାୟାରିଂରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏବେ ବି ଏନ୍କାଉଣ୍ଟର ଜାରି ରହିଛି ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି ।
ଦିଲ୍ଲୀରେ ୧୩୦ କୋଟି ଟଙ୍କାର ହୋରୋଇନ୍ ଜବତ, ୪ ଗିରଫ
ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଜ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ର ପର୍ଦ୍ଦାଫାସ୍ କରିବା ସହ ସାରା ଦେଶରୁ ୧୩୦ କୋଟି ଟଙ୍କାର ହୋରୋଇନ୍ ଜବତ କରିଛି । ଏହା ସହିତ ଏହି ଡ୍ରଗ୍ସ ସିଣ୍ଡିକେଟ୍ ସହ ସମ୍ପୃକ୍ତ ଜଣେ ଆଫଗାନ ନାଗରିକ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । କ୍ରାଇମ୍ ବ୍ରାଞ୍ଜ୍ ଡିସିପି କେପିଏସ୍ ମାଲହୋତ୍ରା ଏହି ସମ୍ପର୍କରେ କହିଛନ୍ତି ଯେ କ୍ରାଇମ୍ ବ୍ରାଞ୍ଜ୍ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ର ପର୍ଦ୍ଦାଫାସ୍ କରିବା ସହ ୨୧.୪ କେଜି ଉନ୍ନତ ମାନର ହୋରୋଇନ୍ ଜବତ କରିଛି । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୧୩୦ କୋଟି ଟଙ୍କା ହେବ ବୋଲି ସେ କହିଛନ୍ତି ।